ଜଗତପୁର ଥାନା କର୍ମଚାରୀଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ, ଅଭିଯୁକ୍ତଙ୍କୁ ଘଣ୍ଟ ଘଉଡାଇବାକୁ ପ୍ରୟାସ, ଏତଲା ଦେଲା ଚାଇଲ୍ଡଲାଇନ୍
4/12/2020 at 10:43 PM

କଟକ ୦୪।୧୨: ଜଗତପୁର ଥାନା କର୍ମଚାରୀଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ। ଅଭିଯୁକ୍ତକୁ ଘଣ୍ଟ ଘଉଡାଇବାକୁ ପ୍ରୟାସ କରିଛି ଜଗତପୁର ଥାନା ପୁଲିସ। ଅଭିଯୋଗ ଆଣିଲା କଟକ ଚାଇଲ୍ଡଲାଇନ୍। ପୀଡିତା ନାଵାଳିକାଙ୍କୁ ଅଭିଯୁକ୍ତଙ୍କ ପରିଵାର ସହ କଥା ହେଵାକୁ ପୁଲିସ ବାଧ୍ୟ କରିଛି। କୋର୍ଟରେ ଵୟାନ ରେକର୍ଡ ପାଇଁ ନେଵା ଵେଳେ ନାବାଳିକାଙ୍କୁ ଅଭିଯୁକ୍ତ ପରିଵାର ସଦସ୍ୟଙ୍କ ପାଖକୁ ନେଇଥିଲା ପୋଲିସ। ଏପରିକି ପୀଡିତଙ୍କୁ ଡାକ୍ତରୀ ମାଇନା ନକରିଵା ପାଇଁ ପୋଲିସ ପ୍ରଵର୍ତ୍ତାଇଥିଲା। ପୀଡିତା ଓ ଚାଇଲ୍ଡଲାଇନ୍ କର୍ମଚାରୀଙ୍କ ଵୟାନ ଆଧାରରେ ଥାନାରେ ଏତଲା ହୋଇଛି। ଜଗତପୁର ଥାନାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଵିରୋଧରେ ଏତଲା ଦେଇଛି ଚାଇଲ୍ଡଲାଇନ୍।