ପୂର୍ବତନ ବିଜେପି ବିଧାୟକଙ୍କ ସ୍ତ୍ରୀଙ୍କ କଳାକାରନାମା: ଛାପୁଥିଲେ ନକଲି ନୋଟ୍‌, ଦୋକାନୀମାନେ କହିବାରୁ, ଛୁରୀରେ କଲେ ଆକ୍ରମଣ

Published By : Prameya-News7 Bureau | October 12, 2020 IST

ଚାଇଁବସା୧୨/୧୦: ପୂର୍ବତନ ବିଜେପି ବିଧାୟକଙ୍କ ପତ୍ନୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି। ଚାଇଁବସାର ପୂର୍ବତନ ବିଜେପି ବିଧାୟକଙ୍କ ପତ୍ନୀ ନକଲି ନୋଟ ଛାପୁଥିଲେ।  ସ୍ଥାନୀୟ ଲୋକେ ବାରଣ କରିବାରୁ ସେ ଛୁରୀରେ ସେମାନଙ୍କୁ ଆକ୍ରମଣ କରିଥିବା ମଧ୍ୟ କୁହାଯାଉଛି। ଯାହା ମଧ୍ୟ ତଦନ୍ତ ପରିସରଭୁକ୍ତ ଅଛି। ପୂର୍ବତନ ବିଜେପି ବିଧାୟକ ହେଲେ ପୁତକର ହେମ୍ବ୍ରମ।

{"id":343327,"sizeSlug":"large"}

ଅଭିଯୁକ୍ତ ମହିଳା ଜଣଙ୍କ ପୁତତ୍କରଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ଜଣାପଡିଛି । ତାଙ୍କ ନାମ ମଲାୟା ହେମ୍ବ୍ରମ୍ । ମଲାୟା କିଛିଦିନ ହେବ ପାଖ ବଜାରର ବିଭିନ୍ନ ଦୋକାନରେ ନକଲି ନୋଟ ଦେଇ ଜିନିଷ କିଣୁଥିଲେ। ଦୋକାନୀମାନେ ଯେତେବେଳେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାକୁ ନେଇଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ଏହା ନକଲି ନୋଟ୍ ।

{"id":343329,"width":582,"height":353,"sizeSlug":"large"}

ପରବର୍ତ୍ତୀ ସମୟରେ ମଲାୟା ସେହି ଦୋକାନକୁ ଜିନିଷ କଣିବାକୁ ଯାଇଥିଲେ। ସେଠାରେ ଦୋକାନୀ ତାଙ୍କୁ ଘେରି ଯାଇଥିଲେ। ଏପରି କି ଉଭୟଙ୍କ ମଧ୍ୟରେ ଝଗଡ଼ା​‌ ହୋଇଥିଲା। ଏହା ପରେ ମଲାୟା ଛୁରୀ ଧରି ୩ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ମୁଫ୍ସିଲ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ଗିରଫ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.