Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

‘ନରମ’ରେ ‘ନୂଆ ବାସ୍ତବିକତାକୁ ସ୍ୱୀକାର କରିଛି’ ଭାରତ: ଶଶି ଥରୁର

20/06/2020 at 7:30 PM

ନୂଆଦିଲ୍ଲୀ ୨୦।୬:  ଲଦ୍ଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ଶଶି ଥରୁର। ସେ କହିଛନ୍ତି ଯେ ବିବାଦୀୟ କ୍ଷେତ୍ରକୁ ବାସ୍ତବରେ ଚୀନ ହରଣ କରିନେଇଛି। ଥରୁର କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଚୀନ ପଛକୁ ନ ହଟେ ସେ ପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିବା ଏବେ ଆଉ ସମ୍ଭବ ନୁହେଁ। ଯାହା ଆମ ଲାଗି ଲଜ୍ଜାର କଥା।

ଥରୁର ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଗଲୱାନ ଘାଟି ଓ ପ୍ୟୋଂଗଙ୍ଗର ସେହି ପୋଜିସନ ଯାହା ପୂର୍ବରୁ ଚୀନ ହାତରେ ନଥିଲା, ଏହାକୁ ବଳ ପୂର୍ବକ ଏକତରଫା ଭାବେ ନିଜର କରିନେଇଛି। ଫଳରେ ପୂର୍ବ ଭଳି ଭାରତ ଲାଗି ପାଟ୍ରୋଲିଂ କରିବା ଏବେ ଆଉ ସମ୍ଭବ ନୁହେଁ। ଏଣୁ ଏସବିଡିଓ ରୋଡ ଉପରେ କଟକଣା ଲଗାଇବାର କ୍ଷମତା ବି ଏବେ ଚୀନ ହାତକୁ ଚାଲିଯାଇଛି।

୧୯ ଜୁନ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଭାରତରେ ଅନୁପ୍ରବେଶ ହୋଇ ନଥିବା କହିଛନ୍ତି। ଚୀନ୍ ବର୍ଡର ପାର କରିନି କି କୌଣସି ଭାରତୀୟ ପୋଷ୍ଟ ଚୀନ କବଜାରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନରୁ ଭାରତ ନରମରେ ନୂଆ ବାସ୍ତବିକତାକୁ ସ୍ୱୀକାର କରିନେଇଥିବା ଥରୁର ଅନୁଭବ କରୁଥିବା କହିଛନ୍ତି।  କାରଣ ଏବେ ସେଠାରୁ ଚୀନ ପଛକୁ ହଟିବା ଅସମ୍ଭବ । ସେଠାରେ ଠୁଳ କରିଥିବା ସୈନିକ ଓ ଆରମ୍ଭ କରିଥିବା ନିର୍ମାଣ ଏତେ ଶୀଘ୍ର ହଟାଇବ ନାହିଁ। ପଛକୁ ହଟିବା ବି ଚୀନ ଲାଗି ଲଜ୍ଜାଜନକ । ଏଣୁ ନୂଆ ବାସ୍ତବିକତାକୁ ଭାରତ ମଧ୍ୟ ଗ୍ରହଣ କରି ନେଇଥିବା ଯାହା ଆମ ଲାଗି ଲଜ୍ଜାଜନକ ଥରୁର କହିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ବୟାନ ଚୀନ୍‌କୁ ଅଧିକ ମଜଭୁତ କରିଥିବା ଥରୁର କହିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀଙ୍କ ବୟାନରେ ଥରୁର ଟ୍ୱିଟ୍‌ କରି ଏହା ଚୀନ୍‌ ଲାଗି ଆଉ ଏକ ସୁଯୋଗ ସୃଷ୍ଟି କଲା ବୋଲି ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବୟାନ ଅନୁସାରେ ସଂଘର୍ଷ ହୋଇଥିବା କ୍ଷେତ୍ରକୁ ଏବେ ଚୀନ ନିଜର ଦାବି କରିବା ଆହୁରି ସହଜ ହେଲା ବୋଲି ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଚୀନ ଅନୁବାଦ କରି ନିଜ ଭାଷାରେ ପ୍ରଚାର ଓ ପ୍ରସାର କରିବା ଆରମ୍ଭ ବି କରି ଦେଲାଣି।

ସେହିପରି ଥରୁର ସର୍ଟ ଟର୍ମ ଘରୋଇ ରାଜନୈତିକ ବାର୍ତ୍ତା ଦେବାର ଇଛାକୁ ଲଙ୍ଗ ଟର୍ମ ରଣନୈତିକ ବିଚାର ପୂର୍ବରୁ ପ୍ରକଟ କରିବା ଦେଶହୀତରେ ଆସେନି। ଯଦି ପ୍ରଧାନମନ୍ତ୍ରୀ ଏହା ଭଲ ଭାବେ ଜାଣି ନଥିଲେ ତେବେ ଏଥିଲାଗି ତାଙ୍କୁ ପୂର୍ବରୁ ପରାମର୍ଶ ଦେବାର ଆବଶ୍ୟକତା ଥିଲା ବୋଲି ଥରୁର ଉଲ୍ଲେଖ କରିଛନ୍ତି।  

   Related Posts