ସିରିଜ ଟ୍ରକ୍ ଦୁର୍ଘଟଣା : ପଛକୁ ପଛ ପିଟିହେଲା ୩ଟି ଟ୍ରକ୍, ଦୁଇ ଡ୍ରାଇଭର ଗୁରୁତର

Published By : Prameya-News7 Bureau | January 18, 2020 IST

କେନ୍ଦୁଝର ୧୮।୧: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ହୋଇଛି । ପଛକୁ ପଛ ପିଟି ହୋଇଛି ୩ଟି ଆଇରନ ବୋଝେଇ ଟ୍ରକ୍ । ଦୁର୍ଘଟଣା ଫଳରେ ଦୁଇଟି ଟ୍ରକ୍‌ର ଡ୍ରାଇଭର ଗୁରୁତର ହୋଇଛନ୍ତି । ଶେଷ ଟ୍ରକ୍‌ର ଷ୍ଟିଅରିଂରେ ଚାପି ହୋଇ ରହିଥିଲେ ଡ୍ରାଇଭର । ଅଗ୍ନିଶମ ବିଭାଗ କର୍ମଚାରୀ ଅନ୍ୟ ଜଣେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟ ଡ୍ରାଇଭରଙ୍କୁ ଭର୍ତ୍ତି କରାଯାଇଛି ।

{"id":212729,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝରର ଲାଇଫ୍ ଲାଇନ୍ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଆକ୍ସିଡେନ୍ଟ ଲାଇନ୍ । ଆଜି ଏହି ଜାତୀୟ ରାଜପଥର ଅଚିନ୍ତା ମଠ ନିକଟରେ ଘଟିଛି ସିରିଜ ଦୁର୍ଘଟଣା । ଦୁଇଟି ଆଇରନ୍ ବୋଝେଇ ଟ୍ରକ୍ ପଛକୁ ପଛ ଅଚିନ୍ତା ମଠ ନିକଟରେ ଠିଆ ହୋଇଥିବା ସମୟରେ ପ୍ରାୟ ୬ଟା ୩୦ମିନିଟ୍ ସମୟରେ ପଛପଟୁ ଆସୁଥିବା ଆଉ ଏକ ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ଫଳରେ ୩ଟି ଯାକ ଟ୍ରକ୍ ପଛକୁ ପଛ ପିଟି ହୋଇଯାଇଥିଲେ ।

{"id":212730,"sizeSlug":"large"}

ଦୁର୍ଘଟଣା ଫଳରେ ପ୍ରଥମ ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଶେଷ ଟ୍ରକ୍‌ଟିର ଡ୍ରାଇଭର ଷ୍ଟିଅରିଂରେ ଚାପି ହୋଇ ରହିଯାଇଥିଲେ । ଷ୍ଟିଅରିଂରେ ଚାପି ହୋଇ ଡ୍ରାଇଭର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ସମୟ ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.