ଖୋର୍ଦ୍ଧାରେ ସିରିଜ୍ ଚୋରି ; ୬ରୁ ଅଧିକ ଦୋକାନର ସଟର ତାଲା ଭାଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ

Published By : Prameya-News7 Bureau | November 24, 2018 IST

ଖୋର୍ଦ୍ଧା ୨୪|୧୧: ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ପୋଲିସ ଆଖିରେ ଧୁଳି ଦେଇ ବେଧଡକ ଚଳାଇଛନ୍ତି ଲୁଟ୍ ପାଟ । ଖୋର୍ଦ୍ଧାରେ ଦୋକାନରୁ ସିରିଜ୍ ଚୋରି ହୋଇଛି। ଖୋର୍ଦ୍ଧା ଚଣ୍ଡିଚୁଆ ଛକ ଓ ନୂଆ ମେଡିକାଲ ଛକରେ ଥିବା ୬ରୁ ଅଧିକ ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର ସଟର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରିନେଇଛନ୍ତି। ଚୋରି ହୋଇଥିବା ଜିନିଷ ଓ ଟଙ୍କାର ପରିମାଣ ସ୍ପଷ୍ଟ ଜଣାପଡିନାହିଁ। ଖୋର୍ଦ୍ଧା ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.