Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିରିଜ୍ ଚୋରି : ଏକାଧିକ ଘରୁ ସୁନା, ରୂପା ସାମଗ୍ରୀ ସହ ଟଙ୍କା ଓ ମୋବାଇଲ୍ ଚୋରି

29/08/2019 at 12:00 PM

ବ୍ରହ୍ମପୁର ୨୯।୮: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗାଁରେ ସିରିଜ୍ ଚୋରି । ଏକାଧିକ ଘରୁ ସୁନା, ରୁପା ସାମଗ୍ରୀ ସହ ଟଙ୍କା ଓ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ନୂଆଁସାହିର ବିନୋଦ ପାତ୍ର, ସନ୍ତୋଷ ମାଝୀ ଓ ସୁରେଶ ମହାନ୍ତିଙ୍କ ଘରେ ଚୋରି ହୋଇଛି ।

ବିନୋଦ ପାତ୍ରଙ୍କ ଘରୁ ଗୋଟିଏ ମୋବାଇଲ  କିଛି ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା ଓ  ଘରର ଆଲମାରୀ ଭାଙ୍ଗି ନେଇଛନ୍ତି ଦୁର୍ବୃତ୍ତ । ସନ୍ତୋଷ ମାଝୀଙ୍କ ଘରୁ ଦୁଇଟି ମୋବାଇଲ, ସୁରେଶ ମହାନ୍ତି ଙ୍କ ଘରୁ ତିନୋଟି ମୋବାଇଲ ନେଇ ଯାଇଥିବା ଅଭିଯୋଗ ହୋଇଛି ।

   Related Posts