Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରମ୍ଭା ଅଞ୍ଚଳରେ ସିରିଜ୍ ବୋମାମାଡ ; ୩ଟି ବୋମାମାଡ କରି ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର ୧୨|୨:  ଗଞ୍ଜାମ ଜିଲ୍ଲା ରମ୍ଭା ଚଣ୍ଡିପୁରସାହିରେ ବୋମାମାଡ ହୋଇଛି । ସୁଶାନ୍ତ ପାତ୍ରଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମା ମାଡ କରିଥିବାର ଅଭିଯୋଗ ହୋଇଛି । ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ରମ୍ଭା ଚଣ୍ଡିପୁର ସାହିରେ ସୁଶାନ୍ତ ପାତ୍ରଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ସିରିଜ୍ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ରାତିରେ ପରିବାରଲୋକ ଶୋଇଥିବାବେଳେ ବାଡି ପଛପଟୁ ଭୀଷଣ ଶବ୍ଦ ଶୁଣାଯାଇଥିଲା । ତିନୋଟି ବୋମାମାଡ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ପରିବାରଲୋକ ଯାଇ ଦେଖିଥିଲେ । ଘଟଣାସ୍ଥଳରେ କାଚ ଗୁଣ୍ଡ ଏବଂ ସୁତୁଲି ଦେଖିଥିଲେ । ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ମଧ୍ୟ ଜବତ ହୋଇଛି ।

ଗତ ୮ ତାରିଖ ରାତିରେ ମଧ୍ୟ ତାଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମାମାଡ କରିଥିଲେ । ବୋମାମାଡରେ କାହାର କିଛି କ୍ଷତିକ୍ଷତି ହୋଇନଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ କରାଯାଇଥିବା ପୋଲିସ ସନ୍ଦେହ କରୁଛି । ବୋମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

199 Views

   ସମ୍ବନ୍ଧିତ ଖବର