ଖୋର୍ଦ୍ଧାରେ ସିରିଜ୍ ଦୁର୍ଘଟଣା ; କାର୍ ଏବଂ ବସ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
24/10/2018 at 10:53 AM

ଖୋର୍ଦ୍ଧା ୨୪|୧୦: ଖୋର୍ଦ୍ଧା ଜିଲ୍ଲପାଳ ଅଫିସ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାରକୁ ଧକ୍କା ଦେଇଥିଲା । ଏହା ପରେ ଏକ ଯାତ୍ରୀବାହୀ ବସକୁ ମଧ୍ୟ ପିଟିଥିଲା । ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଇରାମ ନାମକ ବସ୍ ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ।