ଦ୍ରୁତ ଗତି ସାଜିଲା ବିପତ୍ତି, ସିରିଜ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର
12/03/2020 at 4:44 PM

ଆନନ୍ଦପୁର ୧୨।୦୩: କେନ୍ଦୁଝର ଘଷିପୁରା ଥାନା ବାରିଗାଁ ନିକଟରେ ସିରିଜ ଦୁର୍ଘଟଣା । ତିନୋଟି ଟ୍ରକ ପଛ କୁ ପଛ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି ।
କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଆସୁଥିବା ଦ୍ରୁତ ଗତିରେ ଆସୁଥିଲା ଟ୍ରକ । ଏବଂ ଅସାବଧାନତା ହେତୁ ସାମ୍ନାରେ ଯାଉଥିବା ଅନ୍ୟ ଦୁଇ ଟ୍ରକ କୁ ଧକ୍କା ଦେଇଥିଲା । ଯାହା ଫଳରେ ଗୋଟିଏ ଟ୍ରକ ରାସ୍ତା ତଳକୁ ମଧ୍ୟ ଖସିଯାଇଛି। ଧକ୍କା ଦେଇଥିବା ଟ୍ରକଟିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭର ଆହତ ଅବସ୍ଥାରେ ଗାଡି ମଧ୍ୟରେ ପଡିରହିଥିଲେ । ତେବେ ଖବର ପାଇ ଘଷିପୁରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ସହ ଡ୍ରାଇଭରକୁ ଉଦ୍ଧାର କରିଛି । ଚିକିତ୍ସା ନିମନ୍ତେ ଡ୍ରାଇଭରକୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଧକ୍କା ଦେଇଥିବା ଟ୍ରକ ଟି କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି।