ସିରିଏଲ୍‌ ଦୁଷ୍କର୍ମକାରୀ ! ଦୁଷ୍କର୍ମ କରି ଯାଇଥିଲେ ଜେଲ୍‌ ବେଲ୍‌ରେ ଆସି ପୁଣି ନାବାଳିକାକୁ ଦୁଷ୍କର୍ମ

Published By : Prameya-News7 Bureau | September 21, 2021 IST

ପାଟଣା, ୨୧।୦୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବଳିକାକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଶିପୁର ଥାନା ବାଟ ପଣ୍ଡୁଗଣ୍ଡି ଗ୍ରାମର ଜଗନ୍ନାଥ ରଣାଙ୍କ ପୁଅ  ଲିଟୁନ ରଣା ବୋଲି ଜଣାପଡ଼ିଥିବା ବେଳେ ପାଟଣା ପୋଲିସ ମଙ୍ଗଳବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥିସହିତ ନାବାଳିକାକୁ ଉଦ୍ଧାର ପରେ ଡାକ୍ତରୀ ମାଇନା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍‌ । ଏନେଇ ପାଟଣା ଥାନାରେ ୧୫୪/୨୧ ରେ ଏକ ମାମଲା ରୁଜୁ ହୋଇଛି । ଗତ ୧୨ ତାରିଖରେ ଲିଟୁନ ନାବାଳିକାକୁ ପ୍ରେମଜାଲରେ ଫସାଇ  ଭୁବନେଶ୍ୱରକୁ ନେଇଯାଇଥିଲା। ଏନେଇ ନାବାଳିକାର ବାପା ସାହାରପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଲିଟୁନ ନାବାଳିକାକୁ ଆଣି ନାବାଳିକାର ଗାଁକୁ ଆସିଥିବା ସମୟରେ ପୋଲିସ ତାକୁ ଗିରଫ କରିଛି।

ପୋଲିସ ସୂଚନା ଅନୁସାରେ ଲିଟୁନ ପୂର୍ବରୁ ବିବାହିତ ଏବଂ ତାର ଏକ ପୁତ୍ର ସନ୍ତାନ ଥିବା ବେଳେ ଜଶିପୁର ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ବାରିପଦା ଜେଲରେ ଥିଲା । ୫ ମାସ ତଳେ ବେଲରେ ଆସି ପୁଣି ପାଟଣା ଥାନା ଅଞ୍ଚଳରୁ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଦୁଷ୍କର୍ମ କରିଥିଲା। ଜଣେ ଯୁବକ ପ୍ରଥମେ ବିବାହ କରି ଏକ ପୁତ୍ର ସନ୍ତାନ ଏବଂ ପରେ ଆଉ ତିନି ଜଣ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଦୁଷ୍କର୍ମ କରିବା ଘଟଣା ଏବେ ପାଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.