ଆମେରିକା ସିନସିନାଟିରେ ସିରିଏଲ ଗୁଳିକାଣ୍ଡ, ୩ ସ୍ଥାନରେ ୧୭ ଆହତ

Published By : Prameya-News7 Bureau | August 16, 2020 IST

ସିନ୍‌ସିନାଟି ୧୬।୮: ଆମେରିକା ସିନସିନାଟିରେ ରବିବାର ପୃଥକ ପୃଥକ ଗୁଳିକାଣ୍ଡରେ ଅନୁନ୍ୟ ୧୭ ଜଣ ଆହତ ହୋଇଥିବା ଜଣାପଡିଛି। ଅଲଗା ଅଲଗା ୩ଟି ଗୁଳିକାଣ୍ଡରେ ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ଆଶଙ୍କା ମଧ୍ୟ କରାଯାଉଛି। ସହରର ଓଭର ଦି ରିନେ, ୱାଲନଟ୍ ହିଲସ୍ ଓ ଆଭଣ୍ଡଲେରେ ଏହି ସବୁ ଗୁଳିକାଣ୍ଡ ହୋଇଥିବା ପୋଲିସ ସୂଚନାରୁ ଜଣାପଡିଛି।

{"id":315663,"width":575,"height":331,"sizeSlug":"large"}

ଓଭର ଦି ରିନେ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରେ ୧୦ ଜଣ ଆହତ ହୋଇଥିବା ସହାୟକ ପୋଲିସ ମୁଖ୍ୟ ନ୍ୟୁଡି ଗେଟ୍ କହିଛନ୍ତି। ସେହିପରି ୱାଲନଟ ହିଲସ୍‌ ଗୁଳିକାଣ୍ଡରେ ୩ ଜଣ ଆହତ ହୋଇଥିବା ବେଳେ ଆଭଣ୍ଡଲେରେ ୪ ଜଣଙ୍କଠାରେ ଗୁଳି ବାଜିଛି। ତେବେ ଓଭର ଦି ରିନେ ଗୁଳିକାଣ୍ଡରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କର ହୁଏତ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

{"id":315664,"sizeSlug":"large"}

ତେବେ ଗୁଳିକାଣ୍ଡ ଘଟଣା ପୃଥକ ପୃଥକ ହୋଇଥିଲେ ହେଁ ଅନେକ ସମାନତା ରହୁଛି। ଗୋଟିଏ ସ୍ଥାନର ଗୁଳିକାଣ୍ଡ ଘଟଣାର ଘଣ୍ଟାଏ ଦେଢଘଣ୍ଟା ଅନ୍ତରରେ ଅନ୍ୟ ସ୍ଥଳରେ ଗୁଳିକାଣ୍ଡ ଘଟିଥିଲା। ଏଣୁ ଗୁଳିକାଣ୍ଡକୁ ନେଇ ନାନା ଆଶଙ୍କା କରାଯାଉଥିଲେ ହେଁ ଏଥିପାଇଁ କେହି ନିଜକୁ ଏପର୍ଯ୍ୟନ୍ତ ଦାୟି କରିନାହାନ୍ତି କି ଅପରାଧୀଙ୍କୁ ପୋଲିସ ଚିହ୍ନଟ କରିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.