Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଯୁବତୀଙ୍କୁ ପିଛା କରୁଥିଲା ନିରୋଳା ଦେଖି କରୁଥିଲା କିସ୍, ସିସିଟିଭି ଦେଖି ବାନ୍ଧିଲା ପୋଲିସ

8/02/2020 at 6:00 PM

ମୁମ୍ବାଇ୮/୨:ଜବରଦସ୍ତ ରୋମିଓ। ନିରୋଳା ଦେଖି ଯୁବତୀ ଓ ମହିଳାମାନଙ୍କୁ ଅନୁସରଣ କରୁଥିଲା। ସୁବିଧା ଦେଖି ଆଲିଙ୍ଗନ କରୁଥିଲା ଏବଂ ଚୁମ୍ବନ ଦେଉଥିଲା। ଧରା ପଡ଼ିବା ପୂର୍ବରୁ ଖସି ଯାଉଥିଲା। ଶେଷରେ ସେ ଧରା ପଡ଼ିଛି। ସେ ହେଉଛି  ରାଜିଉର ହବିବୁର ଖାନ୍ । ପୋଲିସ ତାକୁ ଗିରଫ କରିଛି। ମୁମ୍ବାଇର ମଟୁଙ୍ଗାସ୍ଥିତ ରେଳ ବ୍ରିଜ୍‌ ନିକଟରେ ପ୍ରତିଦିନ ମହିଳା ଓ ଯୁବତୀମାନଙ୍କୁ ଦୁର୍ବ୍ୟବହାର କରୁଥିଲା। ହେଲେ କୌଣିସି ବ୍ୟକ୍ତି ହବିବୁର ନାଁରେ ଅଭିଯୋଗ କରୁ ନଥିଲେ। ହେଲେ ଚୋରି ଅଭିଯୋଗରେ ହବିବୁର ଗିରଫ ହେବା ପରେ ତାର ସମସ୍ତ କଳାକାରନାମା ସାମ୍ନାକୁ ଆସିଥିଲା।

ପୋଲିସ ମହିଳା ଓ ଯୁବତୀମାନଙ୍କୁ କହିଛନ୍ତି ଯେ ଅଭିଯୁକ୍ତ ବିରୋଧରେ ସ୍ବରଉତ୍ତୋଳନ କରନ୍ତୁ। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରନ୍ତୁ।ମହିଳାଙ୍କ ପ୍ରକୃତ  ପରିଚୟ ସାର୍ବଜାନିକ କରାଯିବ ନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି। କୌଣସି ମହିଳା ହବିବୁର ବିରୋଧରେ ଏଫଆଇଆର ଦେବେ ନାହିଁ ତେବେ ଅନ୍ୟ ଆଇନଗତ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି ପୋଲିସ କହିଛି।

ହବିବୁରର ସମସ୍ତ କାର୍ଯ୍ୟକଳାପ ସିସିଟିଭିରେ କଏଦ ହୋଇଛି। ଭିଡିଓରେ ସେ କିପରି ମହିଳାଙ୍କୁ କିସ୍ କରୁଛି ତାହା ସ୍ପଷ୍ଟ ଜଣାପଡୁଛି। ପୋଲିସକୁ ଜାନୁଆରୀ ୨୫ ପୂର୍ବରୁ ଏ ବାବଦରେ ତଥ୍ୟ ମିଳିଥିଲା। ସେ ମହିଳାଙ୍କୁ ଚୁମ୍ବନ ଦେଇ ଦୌଡି ପଲାଉଥିବା ଦେଖିବାକୁ ମିଳିଛି।

   Related Posts