ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

‘ଦି ଏଞ୍ଜେଲ ଅଫ ଡେଥ’…କିଏ ସେ ହତ୍ୟାକାରୀ ଯିଏ ୨୫୦ ଜଣଙ୍କୁ କରିଥିଲେ ହତ୍ୟା : ଜାଣନ୍ତୁ…

11/12/2018 at 2:53 PM

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କର୍ମ ପାଇଁ ପାଇଁ ମଣିଷ ନୁହଁ ବରଂ ରାକ୍ଷସ ପାଲଟି ଯାଇଥାନ୍ତି | ଏହି ରାକ୍ଷସମାନେ ଏମିତି କିଛି କାମ କରିଥାନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଘୃଣା କରିଥାନ୍ତି | ତାଙ୍କ ବିଷୟରେ ଜାଣି ଲୋକେ ଭୟ କରିଥାନ୍ତି | ଇତିହାସରେ ଏମିତି ଅନେକ ସିରିଏଲ କିଲରଙ୍କ କଥା ରହିଛି ଯାହାଙ୍କ ବିଷୟରେ ଶୁଣି ଲୋକେ ସ୍ତବ୍ଧ ହୋଇଯାନ୍ତି | ଆଜି ଆମେ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବା | ସେ ହେଲେ ହାରେଲ୍ଡ ସିପମେନ |


ହାରେଲ୍ଡ ସିପମେନଙ୍କୁ ‘ଦି ଏଞ୍ଜେଲ ଅଫ ଡେଥ’ କିମ୍ବା ‘ଡାକ୍ତର ଡେଥ’ ନାମରେ ପରିଚିତ | ଲୋକେ ତାଙ୍କ ନାଁ ଶୁଣି ମଧ୍ୟ ଆତଙ୍କିତ ହେଉଯାଉଥିଲେ | ଯେଉଁଥିପାଇଁ ଲୋକେ ତାଙ୍କ ମଧ୍ୟ ଶୁଣିବାକୁ ପସନ୍ଦ କରିନଥିଲେ |
ଆତଙ୍କ ଖେଳାଇଥିବା ସେହି ବ୍ୟକ୍ତି ଆସନ୍ତୁ ଜାଣିବା :
୧୯୪୬ ମସିହା ଜାନୁଆରୀ ୧୪ ତାରିଖରେ ଇଂଲଣ୍ଡର ନାଟିଘାମରେ ହାରେଲ୍ଡ ସିପମେନ ଜନ୍ମ ହୋଇଥିଲେ | ୧୯୭୦ ମସିହାରେ ସେ ଡାକ୍ତରତା ଅଭ୍ୟାସ ଆରମ୍ଭ କରିଥିଲେ | ଡାକ୍ତରତା ଅଭ୍ୟାସ ବେଳେ ତାଙ୍କ ମୁଣ୍ଡକୁ ଭୁତ ଚଢ଼ିଗଲା | ସେ ରୋଗୀଙ୍କୁ ହତ୍ୟା କରିବା ଆରମ୍ଭ କରିଦେଇଥିଲେ | ରୋଗୀଙ୍କୁ ହତ୍ୟା କରିବା ପାଇଁ ସେ ରୋଗୀଙ୍କୁ ଅଧିକ ମାତ୍ରାରେ ଅଫିମ ଦେଇଦେଉଥିଲେ | ଯାହାଫଳରେ ରୋଗୀ ମରିଯାଉଥିଲେ | କିନ୍ତୁ ରୋଗୀ ମୃତ୍ୟୁର କାରଣ ଜଣାପଡୁନଥିଲା |


ସୂଚନାଯୋଗ୍ୟ ଯେ, ହାରେଲ୍ଡ ସିପମେନ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ହତ୍ୟା କରୁଥିଲେ | ହତ୍ୟା ପରେ ସେ ସମସ୍ତଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେଉଥିଲେ | ଏକ ଗଣନା ଅନୁଯାୟୀ ୧୯୯୮ ମସିହା ପର୍ଯ୍ୟନ୍ତ ସେ ୨୫୦ ଜଣଙ୍କୁ ହତ୍ୟା କରିସାରିଥିଲେ | ଯେଉଁଥିରେ ଅଧିକ ସଂଖ୍ୟକ ମହିଳା ସାମିଲ ଥିଲେ |


କୁହାଯାଏ ଯେ, ହାରେଲ୍ଡ ସିପମେନଙ୍କ ମା’ଙ୍କୁ ଫୁସଫୁସ କ୍ୟାନସର ହୋଇଥିଲା | କ୍ୟାନସର ଯୋଗୁଁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା | ମା’ଙ୍କ ମୃତ୍ୟୁ ପରେ ହାରେଲ୍ଡ ଗଭୀର ଆଘାତ ପାଇଥିଲେ | ଯେଉଁଥିପାଇଁ ସେ ହତ୍ୟାକାରୀ ସାଜି ଯାଇଥିଲେ | ୧୯୯୮ ମସିହା ଜୁନ ୨୪ ତାରିଖରେ ଜଣେ ୮୧ ବର୍ଷ ବୟସ୍କା ମହିଳାଙ୍କ ହତ୍ୟା କରିଥିଲେ ହାରେଲ୍ଡ | ମହିଳାଙ୍କ ମୃତ୍ୟୁ ପରେ ହାରେଲ୍ଡଙ୍କ ଜଘନ୍ୟ ଅପରାଧ ଲୋକଙ୍କ ସାମ୍ନାକୁ ଆସିଥିଲା |


ଘଟଣା ପରେ ପୋଲିସ ହାରେଲ୍ଡକୁ ଗିରଫ କରିଥିଲା | ପୋଲିସ ହାରେଲ୍ଡକୁ ଗିରଫ କରି ତାଙ୍କ ସମ୍ପର୍କରେ ଯାଞ୍ଚ କରିଥିଲା | ସମସ୍ତ ରିପୋର୍ଟ ସହ ପୋଲିସ ହାରେଲ୍ଡକୁ କୋର୍ଟରେ ପେଶ କରିଥିଲା | ତେବେ ୧୫ ଜଣଙ୍କୁ ହତ୍ୟା କରିଥିବା ପ୍ରମାଣ ପୋଲିସ କୋର୍ଟରେ ପେଶ କରିଥିଲା | କୋର୍ଟ ହାରେଲ୍ଡକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ | ୨୦୦୪ ମସିହା ଜାନୁଆରୀ ୧୩ ତାରିଖରେ ହାରେଲ୍ଡ ଜେଲ ଭିତରେ ନିଜେ ଫସି ଲଗାଇ ଆତ୍ମହତ୍ୟା କରିଥିଲା |

   Related Posts