Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

‘ତାଜା ରକ୍ତ’କୁ ଭଲ ପାଉଥିବା ଶିଶୁ ସିରିଏଲ କିଲର : ୮ ବର୍ଷ ବୟସରେ କରିଥିଲା ୩ଜଣଙ୍କୁ ହତ୍ୟା

27/06/2021 at 12:27 PM

ନୂଆଦିଲ୍ଲୀ,୨୭/୦୬: ଶିଶୁ ସିରିଏଲ କିଲର୍ । ବଡ ଆଶ୍ଚର୍ଯ୍ୟ ଓ ଚିନ୍ତାଜନକ । କିନ୍ତୁ ଘଟଣାଟି ସତ । ବୟସ ମାତ୍ର ୮ ବର୍ଷ । ସେ କିନ୍ତୁ ଭଲ ପାଏ ଦେଖିବାକୁ ତାଜା ରକ୍ତ । କଣ ପାଇଁ ସେ ଏମିତି କରେ ? କିଏ ସେ ତାର ଟାର୍ଗେଟ୍ ? କଣ ତାର ରିଆକ୍ସନ ? ଆଉ କେମିତି କରେ ସେ ପ୍ଲାନ୍ ? ସବୁ ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ଆସିପାରେ । କିନ୍ତୁ ଏହା ସତ ଯେ ସେ ହତ୍ୟାକାରୀ

ଶୁଣିଲେ ଟାଙ୍କୁରି ଉଠିବ ଲୋମ । ୮ ବର୍ଷର ନିଷ୍ପାପ ଶିଶୁଟି କାହିଁକି ଏପରି ଜଘନ୍ୟ ହତ୍ୟାକାରୀ । ତେବେ   ଘଟଣାଟି  ୨୦୦୭ର । ଏକ ଶିଶୁ କନ୍ୟାର ନିଖୋଜ ମାମଲା ତଦନ୍ତ କରିବାକୁ ଯାଇ ପୋଲିସ ଏମିତି ଜାଗାରେ ପହଁଚିଲା ତା ନିଜେ ବି ଭାବି ନଥିଲା । ହତ୍ୟାକାରୀକୁ ଦେଖି ବି ଆହୁରି ଚମକି ଗଲେ ପୋଲିସ ବାବୁ । ବେସ୍ ପରିଷ୍କାର ଭାବେ ନିର୍ଭୟରେ ଆଉ ସରଳ ଭାଷାରେ କହିପାରୁଥିବା ହତ୍ୟକାରୀ ସତରେ କଣ ମଣିଷ ମାରିପାରେ ? ତେବେ ଘଟଣାର ମୁଖ୍ୟ ସୂଚନାଦାତା ଥିଲେ ଚୁନଚୁନ୍ ଦେବୀ ନାମକ ଜଣେ ମହିଳା । ସେ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ୮ ବର୍ଷର ଝିଅକୁ ଅପହରଣ କରି ହତ୍ୟା କରାଯାଇଛି । ଆଉ ସେ ହତ୍ୟାକାରୀର ନାଁ ବି କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ବିଶ୍ୱାସ କରିନଥିଲା । କାରଣ ଅଭିଯୁକ୍ତ ମାତ୍ର ୮ ବର୍ଷର ଜଣେ ନାବାଳକ । କିନ୍ତୁ ନଛୋଡବନ୍ଧା ଥିଲେ ଚୁନଚୁନ୍ ଦେବୀ ।

ଅଭିଯୁକ୍ତକୁ ଶେଷରେ ଥାନାକୁ ଆଣିବାକୁ ବାଧ୍ୟ ହେଲା ପୋଲିସ । ସେ ଥିଲା ୮ ବର୍ଷର ଅମରଦୀପ ସଦା । ତାର ଘର ଲୋକେ ବି ଏପରି ଅଭିଯୋଗକୁ ଅଦ୍ଭୁତ କହି ଅସ୍ୱୀକାର କରିଥିଲେ । କିନ୍ତୁ ଚୁନଚୁନ୍ ଦେବୀଙ୍କ ଜିଦ୍ ଆଗରେ ପୋଲିସ ନଇଁଲା । ଆଉ ତାପରେ ଅଧିକ ଆଶ୍ଚର୍ଯ୍ୟ କରିଦେଲା ଅମରଦୀପ । ଅବିଚଳିତ ଭାବେ ସେ କହିଗଲା ସବୁ ସତ । ପୋଲିସ ଜେରା ବେଳେ ଖାଇବାକୁ ବିସ୍କୁଟ ମାଗିଲା । ଆଉ ହସି ହସି କହିଲା ମୁଁ ଖୁସବୁକୁ ମାରିଛି । କେମିତି ମାରିଛି ତା ବି କହିଲା । ସ୍କୁଲରୁ ଡାକିନେଇ ସେ ଖୁସବୁକୁ ତଣ୍ଟି ଚିପି ଇଟା ଛେଚି ମାରିଥିଲା । ପୋଲିସକୁ ସେ ମୃତଦେହ ଲୁଚାଇଥିବା ଜାଗା ବି ଦେଖାଇ ଦେଲା । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଅମରଦୀପ ମୁହଁରେ ଟିକେ ବି ଭୟ କିମ୍ବା ଅବଶୋଷର ଚିହ୍ନ ନଥିଲା । ହସିହସି ବେସ୍ ସ୍ୱାଭାବିକ ଭାବେ ସବୁ ସେ ବଖାଣି ଦେଲା ।

ସେଇଠୁ କିନ୍ତୁ ଆରମ୍ଭ ହେଲା ଆହୁରି ଅବିଶ୍ୱସନୀୟ ଅଧ୍ୟାୟଟିଏ । ନିଜେ ଅମରଦୀପ ପୋଲିସକୁ କହିଲା ଆଉ ଏକ ଭୟଙ୍କର ସତ । ସେ କେବଳ ଖୁସବୁକୁ ମାରିନି, ଆଗରୁ ବି ଆଉ ୨ ଜଣଙ୍କୁ ମାରିଛି । ଜଣେ ତାର ନିଜ ସାନ ଭଉଣୀ, ଆଉ ଜଣେ ତାର ସମ୍ପର୍କୀୟ ଉଭଣୀ । ତାଜୁବ ହୋଇଗଲା ପୋଲିସ । କିନ୍ତୁ ଜେରା ପରେ ମାନିଗଲେ ଅମରଦୀପର ପରିବାର । କାରଣ ଅମରଦୀପର ଏପରି ଅସ୍ୱାଭାବିକ ଆଚରଣ ଲୁଚାଇଥିଲେ ସେମାନେ । ଭାବିଥିଲେ ବଦଳିଯିବ ।

ଅମରଦୀପ ଥିଲା ସିରିଏଲ କିଲର୍ । ଜନ୍ମରୁ ସେ ଥିଲା ରକ୍ତ ପିପାସୁ । କିନ୍ତୁ ସେ କାହିଁକି ଏପରି କରୁଥିଲା ତାହା କେହି ଜାଣିପାରନ୍ତିନି । ତାର ଘର ଲୋକେ ଭାବୁଥିଲେ ସେ ବୋଧେ ପିଲାଳିଆମିରେ ଏମିତି କରିଛି । କିନ୍ତୁ ମନସ୍ତତ୍ୱବିତ୍ କହିଛନ୍ତି ଏହା ଏକ ରୋଗ । ସେ ରୋଗର ଲକ୍ଷଣ ହେଲା ଅନ୍ୟକୁ ହତ୍ୟା କରିବାରେ, ଯନ୍ତ୍ରଣା ଦେବାରେ ଏଭଳି ଅଭିଯୁକ୍ତଙ୍କୁ ଆନନ୍ଦ ମିଳିଥାଏ । ସେହି ରୋଗରେ ଆକ୍ରାନ୍ତ ଅମରଦୀପ ।

ମାମଲା କୋର୍ଟକୁ ଗଲା । ନାବାଳକ ହୋଇଥିବାରୁ ଜୁଭେନାଇଲ୍ କୋର୍ଟରେ ବିଚାର ହେଲା । ୩ ବର୍ଷର ଜେଲ ଦଣ୍ଡ ବି ଭୋଗିଲା ଅମରଦୀପ । କିନ୍ତୁ ଏବେ ସେ କେଉଁଠି । ଆଉ କିଛି ଅପରାଧ କରିଛି କି ନାହିଁ ତାହା ଅସ୍ପଷ୍ଟ । ଘର ଲୋକେ ତାକୁ ଚିକିତ୍ସା ପାଇଁ ମାନସିକ ରୋଗ ଡାକ୍ତରଖାନାରେ ଭର୍ତ୍ତି କରିଥିବା କୁହାଯାଉଥିବା ବେଳେ ଆଉ ଏକ ସୂତ୍ର କହୁଛି ସେ ବାଳସୁଧାର କେନ୍ଦ୍ରରୁ ବାହାରି ଖୁଲମଖୁଲା ବୁଲୁଛି ।

   Related Posts