ସର୍ଜିକାଲ ଷ୍ଟ୍ରାଇକ-୨ : ଵାଲାକୋଟରେ ଜୈସର ସବୁଠାରୁ ବଡ ଆତଙ୍କୀ ଶିବିର ସହ କଣ୍ଟ୍ରୋଲ ରୁମ ଆଲଫା-୩ ଧ୍ବଂସ

Published By : Prameya-News7 Bureau | February 26, 2019 IST

ଦିଲ୍ଲୀ ୨୬/୨ : ପୁଲୱାମା ହମଲାର ପ୍ରତିଶୋଧ ନେଇଛି ଭାରତ | ପୁଲୱାମା ଆତଙ୍କୀ ହମଲା ପରେ ଭାରତୀୟ ବାୟୁସେନାର ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ | ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଆତଙ୍କବାଦୀ ଶିବିରରେ ବୋମା ପକାଇ ଅନେକ ଆତଙ୍କୀ ଶିବିର ଧ୍ବଂସ କରିଛି | ବାୟୁସେନାର ୧୨ଟି ମୀରାଜ ବିମାନ-୨୦୦୦ ଆତଙ୍କୀ ଶିବିର ଧ୍ବଂସ କରିଛନ୍ତି | ବୈଦେଶିକ ସଚିବ ସଚିବ ବିଜୟ ଗୋଖଲେ ମଙ୍ଗଳବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛନ୍ତି |

{"id":88838}

ବୈଦେଶିକ ସଚିବ କହିଛନ୍ତି ଯେ, ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପୁଲୱାମାରେ ଆକ୍ରମଣ କରିଥିଲା , ଯେଉଁଥିରେ ୪୨ ଯବାନ ସହିଦ ହୋଇଥିଲେ | ଗୁଇନ୍ଦା ସୂଚନା ଅନୁଯାୟୀ, ଜୈସ ସଂଗଠନ ଆହୁରି ବଡ ଧରଣର ଆକ୍ରମଣ ଯୋଜନା ପ୍ରସ୍ତୁତ କରୁଥିଲା | ଏହି ଆକ୍ରମଣ ଯୋଜନାକୁ ପଣ୍ଡ କରିବା ପାଇଁ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଛି | ଜୈସର ସବୁଠାରୁ ବଡ ଶିବିର ସହ କଣ୍ଟ୍ରୋଲ ରୁମକୁ ମଧ୍ୟ ଉଡାଇ ଦେଇଛି ଭାରତୀୟ ବାୟୁସେନା | ବାୟୁସେନା ଆତଙ୍କୀ ଶିବିରରେ ଲେଜର ଗାଇଡ୍ସ ବୋମା ପକାଇ ଧ୍ବଂସ କରିଛି | ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖାର ୮୦ କି:ମି: ଭିତରକୁ ଜୈସ, ଲସ୍କରର ଲଞ୍ଚ ପ୍ୟାଡ଼ ଧ୍ବଂସ କରିଛନ୍ତି | ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ୨୦୦ ରୁ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି |

{"id":88839}


ସୂଚନାଯୋଗ୍ୟ ଯେ, ଅଜିତ ଡୋଭଲ ବାୟୁସେନାର ଏହି ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଥିଲେ | ଏହାପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ କ୍ୟାବିନେଟ ବୈଠକ ବସିଥିଲା | ବୈଠକରେ କ'ଣ ଆଲୋଚନା ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ | ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖାର ୮୦ କି:ମି: ଭିତରକୁ ଜୈ ଜୈସ, ଲସ୍କରର ଲଞ୍ଚ ପ୍ୟାଡ଼ ଧ୍ବଂସ କରିଛନ୍ତି |

{"id":88840,"width":574,"height":383}


ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନାର ଆକ୍ରମଣର ପ୍ରତି ଆକ୍ରମଣରେ ପାକିସ୍ତାନର ଏଫ-୧୬ ବିମାନ ଆକ୍ରମଣ ପାଇଁ ଯୋଜନା କରିଥିଲା | କ୍ୱିନରୁ ଭାରତୀୟ ବାୟୁସେନାର ୧୨ଟି ମୀରାଜ ୨୦୦୦ ବିମାନ ଦେଖି ପଛଘୁଞ୍ଚା ଦେଇଥିଲା |

{"id":88841}


୧୯୯୯ କାର୍ଗିଲ ଯୁଦ୍ଧରେ ମୀରାଜ ୨୦୦୦ ବିମାନ ବ୍ୟବହାର କରାଯାଇଥିଲା | ଗତ ୨୦ ବର୍ଷ ଭିତରେ ମୀରାଜ କୌଣସି ଆକ୍ରମଣରେ ଭାଗ ନେଇନଥିଲା | କିନ୍ତୁ ଏବେ ପାକିସ୍ତାନରେ ପଶି ସଫଳାତାପୂର୍ବକ ଏୟାର ଷ୍ଟ୍ରାଇକ କରି ସୁରକ୍ଷିତ ଭାବେ ଭାରତକୁ ଫେରିଛି |

{"id":88842,"width":577,"height":385}


ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଏୟାର ସ୍ପେସ ଉଲଂଘନ କରିଥିବା ଅଭିଯୋଗ କରିଛି | ପାକିସ୍ତାନ ଅଭିଯୋଗ କରିଛି ଯେ, ଭାରତୀୟ ବାୟୁସେନା ବିମାନ ମୁଜାଫରପୁର ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଆକ୍ରମଣ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.