ଫ୍ରେଞ୍ଚ୍ ଓପନରୁ ଓହରିଲେ ସେରେନା ଓ୍ୱିଲିୟମସ, ମାଂସପେଶୀ ସମସ୍ୟାରୁ ୨୪ତମ ଗ୍ରାଣ୍ଡ୍ ସ୍ଲାମ୍ ହାସଲ ଲକ୍ଷ୍ୟ ଆହୁରି ବର୍ଷେ ଘୁଞ୍ଚିଲା

Published By : Prameya-News7 Bureau | September 30, 2020 IST

ପ୍ୟାରିସ, ୩୦ ।୦୯:  ଆମେରିକାର ଷ୍ଟାର ଟେନିସ୍ ଖେଳାଳି ସେରେନା ଓ୍ୱିଲିୟମସନ୍ ମାଂସପେଶୀରେ ଆହତ ଜନିତ କାରଣରୁ ବୁଧବାର ଫ୍ରେଞ୍ଚ୍ ଓପନରୁ ବାଦ୍ ପଡିବା ନେଇ ନିଷ୍ପତ୍ତି ନେଇଛନ୍ତି । ସେ ପ୍ରଥମ ସେଟରେ ସାମିଲ ହେବା ପରେ କ୍ରିଷ୍ଟି ଅନଙ୍କୁ ସିଧା ସେଟରେ ହରାଇଥିଲେ । ଏହାସହ ସୋମବାର ଫ୍ରେଞ୍ଚ୍ ଓପନର ସିଙ୍ଗିଲରେ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ ।

ସେରେନା କ୍ରିଷ୍ଟିଙ୍କୁ ୭-୬ ଓ ୯-୦ ସେଟରେ ପରାସ୍ତ କରିଥିଲେ । ସେ ୪୦-୦ ସ୍କୋର ପାଇଁ ସର୍ଭିସ କରୁଥିଲେ ମଧ୍ୟ କ୍ରିଷ୍ଚି ତିନୋଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିଲେ । ସେରେନା ବ୍ରେକ୍ ପଏଣ୍ଟ୍ ବଞ୍ଚାଇବା ସହ ପରେ ଏସଙ୍କ ସହ ଆମେରିକାର ନିଜ ପାର୍ଟନରଙ୍କୁ ବାହାରର ରାସ୍ତା ଦେଖାଇଥିଲେ ।

wp:html /wp:html

୩୯ ବର୍ଷୀୟା ସେରେନା ଦ୍ୱିତୀୟ ରାଉଣ୍ଡରେ ସେଭେତାନା ପିରୋନକୋଭାଙ୍କୁ ଭେଟିଥାନ୍ତେ । କିନ୍ତୁ ତାଙ୍କର ମାଂସପେଶୀ ସମସ୍ୟା ଗୁରୁତର ଥିଲା । ତିନିଥରର ଚାମ୍ପିଅନ ସେରେନା ଚଳିତ ବର୍ଷ  ଆଉ ଖେଳିପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ସେ କହିଛନ୍ତି ଯେ, ସେ ଅଳ୍ପ ସମୟ ଅଭ୍ୟାସ କରିଥିଲେ । କିନ୍ତୁ ଆହତ ସମସ୍ୟା ପାଇଁ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏନେଇ ସେ ତାଙ୍କ କୋଚ୍‌ଙ୍କ ପରାମର୍ଶ ନେଇଥିଲେ । ଏପରିକି ଚାଲିବାକୁ ମଧ୍ୟ ତାଙ୍କୁ କଷ୍ଟ ହେଉଥିଲା । ବିଶ୍ରାମ ନେଇ ସେ ସୁସ୍ଥ ହେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ୟୁଏସ ଓପନ ସେମି ଫାଇନାଲରେ ଭିକ୍ଟୋରିଆ ଆଜାରନେକାଙ୍କଠୁ ପରାସ୍ତ ହେବା ସମୟରୁ ସେରେନା ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ନିକଟରେ ସେ ସାମାନ୍ୟ ସୁସ୍ଥ ହୋଇ ଖେଳିବା ପାଇଁ ପ୍ରସ୍ତୁତ ଥିଲେ । ଏବେ ପୁଣି ସେ ଆହତ ହୋଇଛନ୍ତି । ତାଙ୍କ ଅଣ୍ଟାରେ ଆଘାତ ଲାଗିଛି । ଏବେ ସେ ୨ ସପ୍ତାହ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.