ଅଭିନେତ୍ରୀ ସିମରନ୍‌ ମୃତ୍ୟୁ ସସ୍ପେ‌ନ୍ସ : ମୋବାଇଲରୁ ଭଏସ ରେକର୍ଡ ଜବତ, ପକେଟରୁ ମିଳିଛି ୨ଟି ଟ୍ରେନ ଟିକେଟ-ଜାଣନ୍ତୁ ପୂରା କାହାଣୀ

Published By : Prameya-News7 Bureau | January 04, 2019 IST

ସମ୍ବଲପୁର ୪/୧ : ରହସ୍ୟ ଘେରରେ ଆଲବମ କ୍ୱିନ ସିମରନ ସିଂଙ୍କ ମୃତ୍ୟୁ ଘଟଣା | ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ତଦନ୍ତ ଚଳାଇଛି ପୋଲିସ | ସିମରାନଙ୍କ ପୁରୁଷ ବନ୍ଧୁ ତାଙ୍କୁ ହତ୍ୟା କରିଥିବା ସିମରାନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି | ଗତକାଲି ବୁର୍ଲା ପି.ସି ବ୍ରିଜ ତଳୁ ସିମରନଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ |

{"id":70271}

ସିମରନଙ୍କ ପ୍ୟାଣ୍ଟ ପକେଟରୁ ଦୁଇଟି ଟ୍ରେନ ଟିକେଟ ମିଳିଛି | ଗୋଟିଏ ଟିକେଟ ଝାରସୁଗୁଡାରୁ କେସିଙ୍ଗା ଏବଂ ଅନ୍ୟଟି କେସିଙ୍ଗାରୁ ଝାରସୁଗୁଡା ପର୍ଯ୍ୟନ୍ତ ରହିଛି | ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ ସେ ୧ ତାରିଖରେ କେସିଙ୍ଗା ଯାଇଥିଲେ |

{"id":70263}

ସିମରନଙ୍କ ପକେଟରୁ ତାଙ୍କ ଫୋନ ମଧ୍ୟ ଜବତ କରିଛି ପୋଲିସ | ଫୋନର କଲର ତଦନ୍ତ କରୁଛି ପୋଲିସ | ତାଙ୍କ ଫୋନରେ ୧୫୧ଟି ମିସକଲ ଥିବାବେଳେ ୪୨ଟି ନୂଆ ମେସେଜ ରହିଥିଲା | ସବୁ ମେସେଜ ମଧ୍ୟରୁ ୨୨ଟି ମେସେଜ କେବଳ ପୁରୁଷ ବନ୍ଧୁଙ୍କର, ଯାହା ବିରୋଧରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି | ସିମରନ ମୋବାଇଲରୁ ଭଏସ ରେକର୍ଡ ମଧ୍ୟ ଜବତ କରିଛି ପୋଲିସ | ସିମରନ ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ତାହା ଭଏସ ରେକର୍ଡରୁ ସ୍ପଷ୍ଟ ହୋଇଛି | ପୋଲିସ ଆଇପିସି ୩୦୭ ଧାରାରେ ଆଉ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |

wp:core-embed/youtube {"url":"https://www.youtube.com/watch?v=wBInU-PTers","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=wBInU-PTers
/wp:core-embed/youtube {"id":70262}


ଗତ ଡିସେମ୍ବର ୨୮ ତାରିଖରେ ପରିବାର ପକ୍ଷରୁ ଝାରସୁଗୁଡା ଥାନାରେ ଝିଅ ସିମରନ ନିଖୋଜ ଥିବା ନେଇ ଏକ ଅଭିଯୋଗ କରାଯାଇଥିଲା | ଗତ ଏପ୍ରିଲ ୧୩ ତାରିଖରୁ ଝିଅ ନିଖୋଜ ଥିବା ଅଭିଯୋଗ ପତ୍ରରେ ଲେଖାଯାଇଥିଲା |
ସିମରନ ଯୁବରାଜ ସୁନାଙ୍କ ବିଭିନ୍ନ ମେଲୋଡି ପାର୍ଟିରେ କାମ କରୁଥିଲେ | ଯୁବରାଜ ସୁନାଙ୍କ ସହ ସିମରନଙ୍କ ପ୍ରେମ ସମ୍ପର୍କ ହୋଇଥିଲା | ପାଖାପାଖି ଏପ୍ରିଲ, ମେ ମାସରୁ ସିମରନ ତାଙ୍କ ଘରେ ରହୁଥିଲେ |

{"id":70267}

ଯୁବରାଜ ସୁନା ସିମରନଙ୍କୁ ବିଭିନ୍ନ ଆଲବମରେ ବ୍ୟବହାର କରି ତାଙ୍କ ଜରିଆରେ ଅଧିକ ଟଙ୍କା ଆୟ କରୁଥିଲେ | କିନ୍ତୁ ଯୁବରାଜ ସୁନାଙ୍କ ପରିବାର ଲୋକେ ସିମରନଙ୍କୁ ଚାହୁଁନଥିଲେ ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା | କିନ୍ତୁ ସିମରନଙ୍କୁ ଅପହରଣ କରାଯାଇଥିବା ଝାରସୁଗୁଡା ଥାନାରେ ତାଙ୍କ ମା ଅଭିଯୋଗ କରିଥିଲେ | ଥାନା ଅଧିକାରୀ ସାବିତ୍ରୀ ବଳ ଯେତେବେଳେ ଟିଟିଲାଗଡ଼ରେ ପହଂଚିଥିଲେ ସେତେବେଳେ ଯୁବରାଜ ସୁନାଙ୍କୁ ସେମାନେ ପାଇନଥିଲେ |

{"id":70264}

ନୂଆବର୍ଷ କାର୍ଯ୍ୟକ୍ରମରେ ସିମରନ ଟିଟିଲାଗଡ଼କୁ ଯେଉଁ ପାର୍ଟିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ତାଙ୍କ ଠାରୁ ପଚରାଉଚୁରା କରିବାରୁ ଜଣାପଡିଥିଲା ଯେ, ୨ ତାରିଖ ଦିନ ଯୁଗ ସୁନା ସିମରନଙ୍କୁ ବିଭିନ୍ନ ସ୍ଥାନରେ ବୁଲେଇଥିଲେ | ତେବେ ୩ତାରିଖ ସକାଳୁ ସିମରନଙ୍କ ମୃତଦେହ ଠାବ ହୋଇଥିଲା |

{"id":70268}

ତେବେ ଟ୍ରେନ ଟିକେଟ ଟିଟିଲାଗଡ଼ରୁ ଝାରସୁଗୁଡା ଥିବାବେଳେ ହୀରାକୁଦ ଷ୍ଟେସନରେ ରାତିରେ ଓହ୍ଲାଇବା ସନ୍ଦେହ ଘେରକୁ ଟାଣି ନେଉଛି | ତେବେ ସେ କେଉଁ ଟ୍ରେନରେ ଆସିଥିଲେ ଜଣାପଡୁନାହିଁ | ତେବେ ପୋଲିସ ଷ୍ଟେସନରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି | ସିସିଟିଭି ଯାଞ୍ଚରେ ସେ କେଉଁ ଟ୍ରେନରେ ଆସିଥିଲେ ଜଣାପଡ଼ିଯିବ ବୋଲି ପୋଲିସ କହିଛି |

{"id":70265}


ଅପରପକ୍ଷରେ ପୋଲିସ ଏହି ଘଟଣାକୁ ଆତ୍ମହତ୍ୟା ବୋଲି ଧରି ନେଇଥିବାରୁ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଗୁରୁତ୍ୱ ଦେଉନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି |

{"id":70272}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.