Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୩୫-ଏ ଧାରା ଉଠାଇବାକୁ ବିରୋଧ କରୁଥିବା ବିଚ୍ଛିନ୍ନତାବାଦୀ ନେତା କାହାର ସ୍ଵାର୍ଥ ଚାହୁଁଛନ୍ତି ; ଭାରତ ନା ପାକିସ୍ତାନ

27/02/2019 at 5:47 PM

ନୂଆଦିଲ୍ଲୀ ୨୭/୨- ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ଆଜି ନୁହେଁ, ଅନେକ ଦିନର ପୁରୁଣା । ଦେଶର ଜନନାୟକଙ୍କ ଦ୍ଵାରା କରାଯାଇଥିବା ଭୁଲ ପାଇଁ ଆଜିଦେଶକୁ ଭୋଗିବାକୁ ପଡ଼ୁଛି ଅନେକ ପରିଣାମ । ୩୭୦ ଧାରା ଓ ୩୫-ଏ ଧାରା ପାଇଁ ଦେଶ ଆଜି ଦଣ୍ଡ ସ୍ଵରପ ଅନେକଥର ଯୁଦ୍ଧର ସାମ୍ନା କରିବାକୁ ପଡ଼ିଛି ।

କଣ ଅଛି ୩୫-ଏ ଧାରାର ବିଧିବ୍ୟବସ୍ତା ଯାହା ପାଇଁ ବିଚ୍ଛିନ୍ନତାବାଦୀ ନେତା ଚାହୁଁନାହାଁନ୍ତି ଉଚ୍ଛେଦ କରିବାକୁ ଏହି ଧାରା । ବିଚ୍ଛିନ୍ନତାବାଦୀ ନେତା ଏହି ଧାରା ଉଚ୍ଛେଦ କଥା ଭାରତ କହିଲେ ଧମକାଇବାକୁ ପଛଉନାହାଁନ୍ତି ।

ନିକଟରେ ୩୫-ଏ ଧାରା ଉଚ୍ଛେଦ ପାଇଁ ଭାରତ ସରକାର ପଦକ୍ଷେପ ନେବାକୁ ଆଗେଇ ଆସିବା ବେଳେ ପିଡ଼ିପି ନେତା ମେହବୁବା ମୁଫତି କରିଛନ୍ତି ଘୋର ବିରୋଧ । କହିଛନ୍ତି ଏହିଧାରା ଉଠାଇବାକୁ ଭାରତ ପ୍ରୟାସ କରିବା ମାନେ ନିଆଁ ଭିତରେ ହାତ ପୁରାଇବା ସହ ସମାନ । ତାହେଲେ ଯଦି ଦେଶର ଏହିଧାରା କିଛି କ୍ଷତି କରୁଛି ବୋଲି ଭାରତ ଭାବୁଛି , ତାହେଲେ ବିଚ୍ଛିନ୍ନତାବାଦୀ ନେତା କାହିଁକି କରୁଛନ୍ତି ବିରୋଧ । ଯଦି ଦେଶର ସ୍ଵାର୍ଥପାଇଁ ଏହିଧାରା ଉଚ୍ଛେଦ କରିବା ଜରୁରୀ ,ତା ହେଲେ ବିଚ୍ଛିନ୍ନତାବାଦୀ ନେତା ଦେଶ ବିରୋଧରେ ଯିବାର କାରଣ କଣ ?

ଏହିଧାରା ବିଚ୍ଛିନ୍ନତାବାଦୀ ଓ ଆତଙ୍କୀମାନଙ୍କୁ ସୁହାଇବା ଲାଗି ଭାରତ କଣ ସବୁଦିନ ଲାଗି ତାର ମୂଲ୍ୟଦେବାକୁ କାଏମ୍ ରଖିବା ଉଚିତ ହେବକି ?

ଭାରତର ଗଣତନ୍ତ୍ରକୁ ସମ୍ମାନ ଦେଇଶିଖି ନଥିବା ଏହି ବିଚ୍ଛିନ୍ନତାବାଦୀ ନେତାଙ୍କୁ କାହିଁକି ଏହିଧାରା ଉଠାଇବା ଗଳାରେ କଣ୍ଟା ଲାଗିବା ପରି ଲାଗୁଛି ।

ମୁଫତି କହିଛନ୍ତି ୩୫-ଏ ଧାରା ଅଧିନରେ ଥିବା ଜମ୍ମୁ-କାଶ୍ମୀର ସାଧାରଣ ନିର୍ବାଚନକୁ ସମର୍ଥନ କରିବା ବଡ଼ ଭୁଲଥିଲା । ଯାହା ଅଟଳ ବିହାରୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ହିଁ ଏହି ନିର୍ବାଚନ କରାଯାଇଥିଲା ।  ଗଣନିର୍ବାଚନକୁ ବିରୋଧ କରିବା  ଅର୍ଥାତ ଗଣତନ୍ତ୍ରକୁ ବି ବିରୋଧ କରିବା । ତା ହେଲେ ମୁଫତି କିମ୍ବା ଅନ୍ୟାନ ବିଚ୍ଛିନ୍ନତାବାଦୀ ନେତା ପାକିସ୍ତାନର ସମର୍ଥନରେ ଥିବା ଏଥିରୁ ସ୍ଫଷ୍ଟ ।

୩୫-ଏ ଧାରା ଭାରତ ଗଣତନ୍ତ୍ରର ଏକ ବ୍ୟତିକ୍ରମ । ପାକିସ୍ତାନରୁ ଆସୁଥିବା ଜଣେ ସାଧାରଣ ନାଗରିକ ଏହିଧାରା ବଳରେ ସ୍ଫେଶାଲ ସୁବିଧା ସୁଯୋଗ ହାତେଇଥାଏ କିନ୍ତୁ ଭାରତର ନାଗରିକ ସବୁ ସବୁଧାରୁ ବଂଚିତ ହେବା ନ୍ୟାୟ ସଂଗତ ନୁହେଁ ।

ଭାରତର ଗଣତନ୍ତ୍ରର କୌଣସି ନିୟନ୍ତ୍ରଣ ନରହିବା ବଡ଼ ଦୁର୍ଭାଗ୍ୟଜନକ କଥା । ଫଳରେ ଭାରତର ନିୟମକାନୁନ ଦ୍ଵାରା ନ ଚାଲିବା ଓ ଭାରତର ଗଣତନ୍ତ୍ରକୁ ସମ୍ମାନ ନ ଜଣାଇବା ଦ୍ଵାରା ସେମାନଙ୍କ ଭିତରେ ବିଚ୍ଛିନ୍ନତାପ୍ରବଣତା ବୃଦ୍ଧି ପାଇଥାଏ ।

ଏହିଧାରା ଅନୁସାରେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା କୌଣସି ଅପରାଧ ବୋଲି ଧରାଯାଏନାହିଁ । ଫଳରେ ସେମାନେ ଅନେକ ସମୟରେ ଭାରତ, ଭାରତର ଜାତୀୟ ପତାକା କିମ୍ବା ଗଣତନ୍ତ୍ରକୁ ଅସମ୍ମାନ କରିବାକୁ ପଛାଇ ନଥାନ୍ତି ।

ଭାରତର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଚାହିଁଲେ ବି ଇଂଚେ ଜମିର ମାଲିକାନା ପାଇପାରିବେ ନାହିଁ , କାରଣ ଏହି ଧାରା ବଳରେ ଜଣେ ସାଧାରଣ ନାଗରିକ ପାକିସ୍ତାନର ହକ୍କଦାର ହେବାବେଳେ ଭାରତର ସାଧାରଣଲୋକଙ୍କ କଥା ଛାଡ଼ ଭାରତର ମୁଖ୍ୟ ଯଦି ଏହି ଧାରାବଳରେ ବଂଚିତ ହୁଏ… ଏହା ଭାରତୀୟ ଗଣତନ୍ତ୍ରର ବିଡ଼ମ୍ବନା ନୁହେଁ ତ ?

ତାହେଲେ ଭାରତ ଗଣତନ୍ତ୍ର, ସୁପ୍ରିମକୋର୍ଟ, ଭାରତର ଜାତୀୟ ପତାକା, ଭାରତର ଜାତୀୟ ସଂଗୀତକୁ ଯେଉଁଧାରା ସମ୍ମାନ ଦେବାକୁ ସମର୍ଥ ନୁହେଁ, ସେହିଧାରାକୁ ଉଚ୍ଛେଦ କରିବା କଥା ଉଠିଲେ କାହିଁକି ବିରୋଧ କରୁଛନ୍ତି ବିଚ୍ଛିନ୍ନତାବାଦୀ ନେତା ।

ସେମାନଙ୍କର ଏହି ଆଚରଣ ଭାରତ ବିରୋଧୀ ହେବା ସତ୍ତ୍ଵେ ବି କାହିଁକି ସେମାନଙ୍କ କଥା ଶୁଣିବାକୁ ସରକାର କିମ୍ବା ସୁପ୍ରମକୋର୍ଟ ବାଧ୍ୟହେବେ ।

ବିଚ୍ଛିନ୍ନତାବାଦୀନେତା ଯଦି ଦେଶ ବିରୋଧରେ ଯାଉଥିବା ଧାରା ସପକ୍ଷରେ ସ୍ଵର ଉଠାଉଛନ୍ତି, ତାହେଲେ ସେମାନେ ମଧ୍ୟ କୌଣସି ଆତଙ୍କୀଠାରୁ କମ୍ ନୁହଁନ୍ତି ।

ଏହିଧାରାକୁ ଉଠାଇବା ପାଇଁ ବିରୋଧ କରୁଥିବା ନେତା ପ୍ରକୃତରେ କାହା ସ୍ଵାର୍ଥ ଚାହୁଁଛନ୍ତି ; ଭାରତ ନା ପାକିସ୍ତାନ ।

ପାକିସ୍ତାନ ତଥା ଆତଙ୍କୀ ସ୍ଵାର୍ଥ ଚାହୁଁଥିବା ଏହିନେତାଙ୍କ ଧମକ ଶୁଣିବା ପରିବର୍ତ୍ତେ ଦେଶରୁ ବିତାଡ଼ିତ କରିବା ଠିକ ହେବବୋଲି ଅନେକ ବୁଦ୍ଧିଜୀବୀଂକ ମତ ଭୁଲ ନୁହେଁ  ।

   Related Posts