ଆସନ୍ତାକାଲି ଫେରିବେ ଜଗା-କାଳିଆ, ଦିଲ୍ଲୀରେ ପହଞ୍ଚିଲେ ଏସସିବିର ୨ଜଣିଆ ଡାକ୍ତରୀ ଟିମ୍

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ ୫।୯: ଆସନ୍ତାକାଲି ଜଗା-କାଳିଆ ଓଡିଶା ଫେରିବା ସମ୍ଭାବନା ରହିଛି । ଏନେଇ ଦିଲ୍ଲୀରେ ପହଞ୍ଚିଛନ୍ତି ଏସସିବି ମେଡିକାଲର ୨ ଜଣିଆ ଡାକ୍ତରୀ ଟିମ୍ । ଡାକ୍ତର ଡି. ପି ନାୟକ ଓ ଡାକ୍ତର ଏସ୍. ଏସ୍ ବରିହା ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । କାଲି ଦିନ ୧୨ଟାରେ ଏମ୍ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରିବ । ଏହାପରେ ସନ୍ଧ୍ୟାରେ ଓଡ଼ିଶା ଫେରି ପାରନ୍ତି ଜଗା-କାଳିଆ ।

କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଅଲଗା କରାଯାଇଥିଲା । ସେବେଠାରୁ ଦୁଇ ଶିଶୁଙ୍କର ଦିଲ୍ଲୀ ଏମ୍ସରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଚିକିତ୍ସା ଚାଲିଛି । ଏମାନେ ଏମ୍ସ ହେପାଜତରେ ଅଛନ୍ତି ।

ତେବେ ଜଗା-କାଳିଆଙ୍କ ଅଭିଭାବକ ଏମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଗ୍ରହ ପ୍ରକାଶ କରିବା ପରେ ଓଡିଶା ସରକାର ଏନେଇ ପଦକ୍ଷେପ ନେଇଛନ୍ତି । ତେବେ ଭୁବନେଶ୍ବର ଏମ୍ସ ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଯଥେଷ୍ଟ ସୁବିଧା ନଥିବା ଦର୍ଶାଇବା ପରେ ରାଜ୍ୟ ସରକାର ଏମାନଙ୍କୁ ଏସସିବି ମେଡିକାଲରେ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି । ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଦୃଷ୍ଟିରୁ ଏବେ ଡାକ୍ତରଖାନାରେ ରହିବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.