ଆଜି ଦିଲ୍ଲୀ ଏମ୍ସରୁ ଓଡିଶା ଫେରିବେ ଜଗା-କାଳିଆ

Published By : Prameya-News7 Bureau | September 06, 2019 IST

ଭୁବନେଶ୍ବର ୬।୯: ଆଜି  ଦିଲ୍ଲୀ ଏମ୍ସରୁ ବାହୁଡ଼ିବେ ଜଗା କାଳିଆ । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଜଗା କାଳିଆଙ୍କୁ  ଓଡ଼ିଶା ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ଏନେଇ ଦିନ୨ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ।  ପରେ ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିବେ ।  ଏସସିବି ମେଡିକାଲର ୨ ଜଣ  ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ  ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଅଲଗା କରାଯାଇଥିଲା । ସେବେଠାରୁ ଦୁଇ ଶିଶୁଙ୍କର ଦିଲ୍ଲୀ ଏମ୍ସରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଚିକିତ୍ସା ଚାଲିଛି । ଏମାନେ ଏମ୍ସ ହେପାଜତରେ ଅଛନ୍ତି । ତେବେ ଜଗା-କାଳିଆଙ୍କ ଅଭିଭାବକ ଏମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଗ୍ରହ ପ୍ରକାଶ କରିବା ପରେ ଓଡିଶା ସରକାର ଏନେଇ ପଦକ୍ଷେପ ନେଇଛନ୍ତି । ତେବେ ଭୁବନେଶ୍ବର ଏମ୍ସ ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଯଥେଷ୍ଟ ସୁବିଧା ନଥିବା ଦର୍ଶାଇବା ପରେ ରାଜ୍ୟ ସରକାର ଏମାନଙ୍କୁ ଏସସିବି ମେଡିକାଲରେ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.