ବଢିଲା ସଂକ୍ରମଣ ଲେଉଟିବା ଆଶଙ୍କା, ସିଓଲରେ ବାର୍, କ୍ଲବ୍ ବନ୍ଦ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 10, 2020 IST

ସିଓଲ ୧୦।୫: ସାରା ବିଶ୍ବରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ମାମଲା କ୍ଲବ୍ ଯାଉଥିବା ବ୍ୟକ୍ତିମାନଙ୍କ ସହିତ ଜଡିତ । ସୂଚନା ଅନୁଯାୟୀ, ରବିବାର ଦିନ କୋରିଆ ସେଣ୍ଟର ଫର ଡିଜଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୦,୮୭୪ କରୋନା ମାମଲା ରହିଥିବା ବେଳେ ୨୫୬ ଜଣଙ୍କ ମୃତ୍ୟୁ ହୋଇଛି । ୯,୬୧୦ଜଣ ସୁସ୍ଥ ହୋଇଛିନ୍ତି ।

ସୂଚନା ଅନୁଯାୟୀ ଭାଇରସ୍ ପୁଣି ଥରେ ଫେରିବା ଆଶଙ୍କା କରି ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ସମସ୍ତ କ୍ଲବ୍ ଏବଂ ବାର୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ଆରମ୍ଭରେ ଚୀନ୍ ପରେ ବିଶ୍ବର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଦେଶ ଦକ୍ଷିଣ କୋରିଆ ଥିଲା । ଲକ୍ ଡାଉନ୍ ଏବଂ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଭଳି ପଦକ୍ଷେପ ନେବା ପରେ ଭାଇରସ୍ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା।

ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ ଚୁଙ୍ଗ ସାଇ-କ୍ୟୁନ୍ ଏହି ଭାଇରସର ବ୍ୟାପକ ବିସ୍ତାର ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ସାମାଜିକ ଦୂରତାକୁ କୋହଳ କରାଯାଇଛି । ସ୍କୁଲଗୁଡିକ ମେ’ ୧୩ରେ ଖୋଲିବ ବୋଲି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.