ଭୁବନେଶ୍ବର୧୩|୭: ବଦଳିବେ ରାଜ୍ୟ ପୋଲିସ ମୁଖିଆ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ରାଜ୍ୟ ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହେବେ । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ରେସରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ବର୍ତମାନର ଡିଜି ପୋଷ୍ଟରେ ଅଧିଷ୍ଠିତ ହେବେ । ପଢନ୍ତୁ ଏହି ରିପୋର୍ଟ ….
ସତରେ କଣ ବଦଳିବେ ରାଜ୍ୟ ପୋଲିସ ମୁଖିଆ । ଏଥିପାଇଁ ପୋଲିସ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବେକଳ ପୋଲିସ ମହଲ ନୁହଁ । ସଚିବାଳୟଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ । ଚାରିଆଡେ ଏହି ଗୁଗଲି ଏବେ ଫୋନିର ରୂପ ନେଇଛି । ସରକାରଙ୍କ ଶୁଭ ଦୃଷ୍ଟିରେ ଥିବା ରାଜ୍ୟ ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତଙ୍କ ସଦସ୍ୟ ଭାବେ ମନୋନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୁଆଡେ ମନ ବଳାଇଛନ୍ତି । ଏପରିକି ଗତ କାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଡ. ଶର୍ମାଙ୍କ ନାମ ଉପରେ ମଧ୍ୟ ମୋହର ବାଜି ସାରିଛି ।
{"id":133282}ପୋଲିସ ଡିଜି ସ୍ବେଚ୍ଚାକୃତ ଅବସର ନେଇ ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ପଦବୀରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଧିଷ୍ଠିତ ହେବେ । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ତିନି ଜଣ ଆଇପିଏସ ଅଫିସଙ୍କ ନାମ ଲୋକ ସେବା ଆୟୋଗଙ୍କୁ ସୁପାରିସ କରିବେ । ସେ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ମହର ବାଜିବ ।
ତେବେ କେଉଁ ତିନିଜଣଙ୍କ ନାଁ ରାଜ୍ୟସରକାର ପଠାଇବାର ସମ୍ଭାବନା ଅଛି ତାକୁ ନେଇ ଚାଲିଛି ଚର୍ଚ୍ଚା । ଅଗ୍ନୀଶମ ଡିଜି ବିଜୟ କୁମାର ଶର୍ମା, କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରଦୀକ କପୁର, ଅଭୟ କୁମାର ଓ ଏମ.ନାଗେଶ୍ବରଙ୍କ ନାମ ସବୁଠୁ ଅଧିତ ଚର୍ଚ୍ଚାରେ ରହିଛି । ସେହିଭଳି ୧୯୮୭ ବ୍ୟାଚର ଆଇପିଏସ ତଥା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନିଲ ବଂଶଲ, ସୁରେନ୍ଦ୍ର ପାନଓ୍ବାର, ଗୁଇନ୍ଦା ନିର୍ଦେଶକ ସୁନିଲ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।
ପୋଲିସ ଡିଜି ପାହ୍ୟାକୁ ପଦନ୍ନୋତି ପାଇବା ପାଇଁ ୧୮୮୮ ବ୍ୟାଚର ଚାରି ଜଣଙ୍କ ନାମ ସୁପାରିଶ ହୋଇ ସାରିଛି । ଆଉ ଏମାନଙ୍କ ଭିତରୁ ଡିଜି ପଦବୀ ପାଇବା ତାଲିକାରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପ୍ୟାଧ୍ୟାୟ ଓ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ନାମ ଚର୍ଚ୍ଚାରେ ରହିବା ସ୍ବଭାବିକ । ସେହିଭଳି ଆଇପିଏସ ଅଧିକାରୀ ବିନୟାନନ୍ଦ ଝା ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ଏମ.ଅକ୍ଷୟ, ଓ ଅରୁଣ ରାୟଙ୍କ ନାମ ମଧ୍ୟ ଚର୍ଚାରେ ରହିଛି ।
{"id":133283}ବର୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ଗୋଟିଏ ଡିଜି ପାହ୍ୟା ଖାଲି ପଡିଛି । ରାଜ୍ୟ ପରିବହନ ନିଗମ ଅଧ୍ୟକ୍ଷ କେ.ବି.ସିଂ ଅବସର ନେବା ପରେ ସେହି ପଦବୀ ରାଜ୍ୟ ସରକାର ପୂରଣ କରିବେ । ଆଉ ଯଦି ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତି ହୁଅନ୍ତି ତେବେ ଖାଲି ହେବାକୁ ଥିବା ପୋଲିସ ଡିଜି ପଦବୀର ସଂଖ୍ୟା ଦୁଇ ହେବ । ରାଜ୍ୟ ସରକାର କେଉଁ ତିନି ଜଣଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିବେ । ସେମାନଙ୍କ ମଧ୍ୟରୁ କାହା ନାମରେ ପୋଲିସ ମହାନିର୍ଦେଶକ ପଦର ମହର ବାଜିବ ତାକୁ ସମସ୍ତଙ୍କ ଅପେକ୍ଷା ।