Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଶିଳ୍ପ ସଂସ୍କାର ପାଇଁ ଓଡ଼ିଶା ସରକାରଙ୍କ ମାରାଥନ୍‌ ସଚେତନତା ଅଭିଯାନ

20/10/2019 at 5:41 PM

ଭୁବନେଶ୍ଵର, ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲ୍‌ଙ୍କ ମିଳିତ ପ୍ରଚେଷ୍ଟାରେ ଆରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଆଜି ଅନୁଗୁଳଠାରୁ ଏହାର ଶୁଭାରମ୍ଭ ହୋଇଛି। ଆସନ୍ତା ୮ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଶିଳ୍ପ ସଂସ୍କାର ବିଷୟରେ ଅବଗତ କରାଇବେ। ଏହି ଅଭିଯାନରେ ରାଜ୍ୟର ୭୨୦ରୁ ଅଧିକ ଶିଳ୍ପାନୁଷ୍ଠାନଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖିଛି ଶିଳ୍ପ ବିଭାଗ।

ନାଲ୍‌କୋ ଅଡିଟୋରିୟମ୍‌ଠାରେ ହୋଇଥିବା ଆଜିର ପ୍ରଥମ କର୍ମଶାଳାରେ ଅନୁଗୁଳ, ବୌଦ୍ଧଳ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ଶିଳ୍ପ ସ୍ଥାପନ କରିଥିବା ଅନୁଷ୍ଠାନମାନେ ଯୋଗ ଦେଇଥିଲେ। ୨୩ ତାରିଖରେ ଭୁବନେଶ୍ଵରରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାରେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲାର ପାଖାପାଖି ୧୪୪ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୩୧ ତାରିଖରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାରେ ସ୍ଥାପିତ ଶିଳ୍ପାନୁଷ୍ଠାନ, ନଭେମ୍ବର ୫ ତାରିଖରେ ସମ୍ବଲପୁରଠାରେ ପଶ୍ଚିମାଞ୍ଚଳରେ ସ୍ଥାପିତ ଶିଳ୍ପାନୁଷ୍ଠାନ, ୬ ନଭେମ୍ବରରେ ସୁନ୍ଦରଗଡ଼ର ଶିଳ୍ପାନୁଷ୍ଠାନଗୁଡ଼ିକୁ ବିଭାଗ ପକ୍ଷରୁ ଶିଳ୍ପ ସଂସ୍କାର ବିଷୟରେ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି। ବାଲେଶ୍ଵରଠାରେ ନଭେମ୍ବର ୮ ତାରିଖରେ ଏହିଭଳି ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜରେ କାର୍ଯ୍ୟକରୁଥିବା ୧୪୧ ଶିଳ୍ପାନୁଷ୍ଠାନ ଯୋଗ ଦେବେ। 

   Related Posts