Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଘରୋଇ ବଜାର ଉପରେ ପଡିଲା ବିଶ୍ୱ ବଜାରର ପ୍ରଭାବ, ୫୯୮ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

4/03/2021 at 5:03 PM

ମୁମ୍ବାଇ ୪।୩: ବିଶ୍ୱର ବିଭିନ୍ନ ସେୟାର ବଜାରରେ ଏବେ ବିକ୍ରିର ପର୍ଯ୍ୟାୟ ଚାଲିଛି। ଯାହାର ଚାପ ଗୁରୁବାର ଭରତୀୟ ସେୟାର ବଜାର ଉପରେ ପଡିଛି। ଫଳରେ ସେୟାର ବଜାର ହ୍ରାସରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ଇଣ୍ଡେକ୍ସ ୫୯୮.୫୭ ଅର୍ଥାତ ୧.୧୬ ପ୍ରତିଶତ ହ୍ରାସ ସହ ୫୦୮୪୬.୦୮ସ୍ତରରେ ବନ୍ଦ ହୋଇଛି।

ଏହା ପୂର୍ବରୁ ବୁଧବାର ନାସଡାକ୍‌ ଇଣ୍ଡେକ୍ସ ୨.୭୦ ପ୍ରତିଶତ ତଳେ ୧୨,୯୯୭ରେ ବନ୍ଦ ହୋଇଥିଲା। ଡାଉଜୋନ୍ସ ଓ ଏସଏଣ୍ଡ ପି ୫୦୦ ଇଣ୍ଡେକ୍ସରେ ୧.୩୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଥିଲା। ଜାପାନର ନିକ୍କଇ ଇଣ୍ଡେକ୍ସ ମଧ୍ୟ ୫୧୭ ପଏଣ୍ଟ ତଳକୁ ଖସିଥିବା ବେଳେ ୨୯.୦୪୨ରେ ଏବେ କାରବାର କରୁଛି। ହଙ୍ଗକଙ୍ଗର ହେଙ୍ଗସେଙ୍ଗ ଇଣ୍ଡେକ୍ସ ୮୧୬ ପଏଣ୍ଡ ହ୍ରାସ ସହ ୨୯.୦୬୪ରେ କାରବାର କରୁଥିବା ଜଣାପଡିଛି। ଏହାଛଡା ଚୀନ୍‌ର ସାଂଘାଇ କମ୍ପୋଜିଟ୍, କୋରିଆର କୋସ୍ପି ଓ ଅଷ୍ଟ୍ରେଲିଆର ଅଲ ଅର୍ଡନରିଜ ଇଣ୍ଡେକ୍ସରେ ୧.୭୪ ପଣ୍ଟ ହ୍ରାସ ଦେଖାଯାଇଛି।  

ଏଥିରେ ଦିଗ୍ଗଜ ସେୟାର ଅଲ୍ଟ୍ରାଟେକ୍‌ ସିମେଣ୍ଟ, ଆଡାନୀ ପୋର୍ଟସ୍, ଶ୍ରୀ ସିମେଣ୍ଟ, ଡକ୍ଟର ରେଡ୍ଡି ଓ ଗ୍ରାସୀମର ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛନ୍ତି। ତେବେ ଜେଏସଡବ୍ଲୁ ଷ୍ଟିଲ, ଏଚଡିଏଫସି, ହିଣ୍ଡାଲକୋ ଟାଟା ଷ୍ଟିଲ ଓ ଟାଟା ମୋଟର୍ସ ସେୟାର ଲାଲ ସଙ୍କେତରେ ବନ୍ଦ ହୋଇଛି। ସେହିପରି ସେକ୍ଟୋରିଆଲ ସେୟାର ଇଣ୍ଡେକ୍ସରେ ଗୁରୁବାର ମିଡିଆ ଓ ରିଏଲିଟିକୁ ବାଦ ଦେଇ ସବୁ ସେକ୍ଟର ସେୟାର ଲାଲ ସଙ୍କେତରେ ବନ୍ଦ ହୋଇଛନ୍ତି।

   Related Posts