ସକାଳେ ବୁଡିବା ପରେ ଦିନରେ ସବୁଠୁ ବଡ ରିକଭରୀର ରେକର୍ଡ କଲା ସେନସେକ୍ସ, ଝୁମି ଉଠିଲା ବଜାର

Published By : Prameya-News7 Bureau | March 13, 2020 IST

ମୁମ୍ବାଇ ୧୩।୦୩: ଘରୋଇ ପୁଞ୍ଜି ବଜାର ଲାଗି ଶୁକ୍ରବାର ଦିନଟି ସ୍ମରଣୀ ହୋଇ ରହିବ। ସକାଳୁ ଘରୋଇ ପୁଞ୍ଜି ବଜାରରେ ଏମିତି ହ୍ରାସ  ଘଟିଥିଲା ଯଦ୍ଵାରା ସେନସେକ୍ସ ଓ ନିଫଟିର କାରବାର କିଛି ସମୟ ବନ୍ଦ ରଖିବାକୁ ପଡିଥିଲା। ଏହା ପରେ ଦିନର କାରବାରରେ ଏମିତି ବୃଦ୍ଧି ଘଟିଲା ଯାହା ଏକ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ସେନସେକ୍ସ ଏ ପର୍ଯ୍ୟନ୍ତର ସବୁଠୁ ବଡ ରିକଭରୀ କରିଛି। ସେନସେକ୍ସ ୧୦ ପ୍ରତିଶତ ହ୍ରାସର ରିକଭରୀ କରିବା ସହିତ ପ୍ରାୟ ୪ ପ୍ରତିଶତ ଉପରକୁ ଉଠିଛି। ଅର୍ଥାତ ଗୋଟିଏ ଦିନରେ ୧୨ ବର୍ଷର ସବୁଠୁ ବଡ ହ୍ରାସ ଏବଂ ସେହି ଦିନ ଏ ପର୍ଯ୍ୟନ୍ତର ସବୁଠୁ ବଡ ରିକଭରି କରିବାର ରେକର୍ଡ କରିଛି ସେନସେକ୍ସ।

{"id":237704,"width":748,"height":560,"sizeSlug":"large"}

ବୁଡିବା ପରେ ୫୩୦୦ ଅଙ୍କ ବଢିଲା ସେନସେକ୍ସ

ସକାଳେ କାରବାର ଆରମ୍ଭ ହେବାର କିଛି ସମୟ ପରେ ସେନସେକ୍ସ ୩,୦୯୦.୬ ଅଙ୍କ ତଳକୁ ଖସି ୨୯,୬୮୭.୫୨ର ସର୍ବନିମ୍ନ ସର୍କିଟକୁ ଛୁଇଁଥିଲା। ଏହା ପରେ କାରବାରକୁ ବନ୍ଦ ରଖାଯାଇଥିଲା। ପୁଣି ଯେବେ ଟ୍ରେଣ୍ଡିଂ ଆରମ୍ଭ ହେଲା ତେବେ ବଜାରରେ ଏକ ଭିନ୍ନ ପ୍ରକାରର ଦୃଶ୍ୟ ଦେଖିବାକୁ ମିଳିଥିଲା। ରେକର୍ଡ ତଳକୁ ଖସିବା ପରେ ସେନସେକ୍ସ ପ୍ରାୟ ୫୩୦୦ ପଏଣ୍ଟ ଉପରକୁ ଉଠିଥିଲା ଏବଂ ଏହା ଗୋଟିଏ ଦିନର ରିକଭରୀର ସବୁଠୁ ବଡ ରେକର୍ଡ। ଉଲ୍ଲେଖଯୋଗ୍ୟ, ସେନସେକ୍ସ ଶୁକ୍ରବାର ୨୯,୩୮୮.୯୭ର ସର୍ବନିମ୍ନ ସ୍ତର ଛୁଇଁଥିଲା ଏବଂ ଏବେ ୩୪,୭୬୯.୪୮ ସ୍ତର ସ୍ପର୍ଶ କରିଥିଲା। ଏହି ପରି ସେନସେକ୍ସ ଗୋଟିଏ ଦିନରେ ୫୪୮୦.୫୧ ପଏଣ୍ଟ ରିକଭରୀ କରିବାର ରେକର୍ଡ କରିଛି, ଯାହା ଏ ପର୍ଯ୍ୟନ୍ତର ସବୁଠୁ ବଡ ରିକଭରୀ। ସନ୍ଧ୍ୟାରେ ସେନସେକ୍ସ ୪.୦୪ ପ୍ରତିଶତ ଅର୍ଥାତ ୧୩୨୫ ପଏଣ୍ଟ ବୃଦ୍ଧି ଘଟି ବନ୍ଦ ହୋଇଥିଲା।

{"id":237705,"width":752,"height":501,"sizeSlug":"large"}

୧୬୦୦ରୁ ଅଧିକ ପଏଣ୍ଟ ବଢିଲା ନିଫଟି

ସେହି ପରି ସକାଳୁ ନିଫଟି ୧୦ ପ୍ରତିଶତରୁ ଅଧିକ ତଳକୁ ଖସି ଲୋୟର ସର୍କିଟକୁ ଛୁଇଁଥିଲା।  ନିଫଟି ୯୬୬.୧୦ ପଏଣ୍ଟ ହ୍ରାସ ଘଟି ୮,୬୨୪.୦୫ ସ୍ତରରେ ପହଞ୍ଚିଥିଲା। ଶୁକ୍ରବାର ଦିନର କାରବାରରେ ନିଫଟି ସର୍ବାଧିକ ୧୦.୧୫୯.୪୦ ପଏଣ୍ଟ ପହଞ୍ଚିଥିଲା। ଅର୍ଥାତ ପୂରା ଦିନରେ ନିଫଟି ରିକଭରୀ ସମେତ ୧୬୦୪.୨୫ ପଏଣ୍ଟ ଉପରକୁ ଉଠିଥିଲା। ସନ୍ଧ୍ୟାରେ ନିଫଟି ୩.୮୧ ପ୍ରତିଶତ ଅର୍ଥାତ ୩୬୫.୦୫ ପଏଣ୍ଟ ବୃଦ୍ଧି ସହିତ କାରବାର ବନ୍ଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.