ସେୟାର ବଜାରରେ ଅଚାନକ ବୃଦ୍ଧି ; ସେନସେକ୍ସ ୪୯୯ ଏବଂ ୧୨୦୦୦ ଉପରେ ନିଫ୍ଟି

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫/୧୧: ଗୁରୁବାର ସେୟାର ବଜାରରେ ସେନସେକ୍ସ ଏବଂ ନିଫ୍ଟି ଅଚାନକ ବୃଦ୍ଧି ପାଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ ୪୯୯.୫୧ ପଏଣ୍ଟ ବୃଦ୍ଧି ପାଇ ୪୧୧୧୫.୬୫ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ବୃଦ୍ଧି ପାଇ ୧୪୩.୮୦ ପଏଣ୍ଟ ବୃଦ୍ଧି ପାଇ ୧୨୦୫୨.୩୦ରେ ପହଞ୍ଚିଛି । ବୁଧବାର ସାରା ବିଶ୍ବରେ ବଜାର କାରବାର ବୃଦ୍ଧି ପାଇବା ଫଳରେ ସେନସେକ୍ସ ଏବଂ ନିଫ୍ଟି ବୃଦ୍ଧି ପାଇଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସେୟାର ବଜାରରେ ଡାଉ ଜୋନ୍ସ ୩୬୭.୬୩ ପଏଣ୍ଟ ବୃଦ୍ଧି ପାଇ ୨୭୮୪୭.୭୦ରେ ପହଞ୍ଚିଛି । ସେହିଭଳି  ନେନ୍ସଡେକ୍ ଇଣ୍ଡେକ୍ସ ୪୯୭.୧୧ ପଏଣ୍ଟ ବୃଦ୍ଧି ପାଇ ୧୧.୭୭୭.୦୦ରେ ପହଞ୍ଚିଛି ଏବଂ S & P ଇଣ୍ଡେକ୍ସ ୭୪.୨୮ ପଏଣ୍ଟ ବୃଦ୍ଧି ପାଇ ୩୪୪୩.୪୪ରେ ପହଞ୍ଚିଛି । 

ସେହିପରି ଗତକାଲି ୟୁରୋପୀୟ ବଜାରରେ ମଧ୍ୟ ବ୍ୟାବସାୟିକ କାରବାର ବୃଦ୍ଧି ପାଇଛି । ଆଜି ଏସୀୟ ବଜାରରେ ଜାପାନର ନିକ୍କେଇ ଇଣ୍ଡେକ୍ସ ୩୩୨.୨୭ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ହଂକଂର ହେଙ୍ଗସେଙ୍ଗ ଇଣ୍ଡେକ୍ସ ୬୪୧.୮୧ ପଏଣ୍ଟ ସହ କାରବାର କରୁଛି ଏବଂ ଚୀନର ସାଂଘାଇ କମ୍ପୋଜେଣ୍ଟ ଇଣ୍ଡେକ୍ସ 0.୮୮ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ତେବେ ବିଶ୍ଳେଷକଙ୍କ କହିବାନୁଯାୟୀ ଆଗକୁ ମଧ୍ୟ ସେୟାର ବଜାର କାରବାରେ ବୃଦ୍ଧି-ହ୍ରାସ ଜାରି ରହିବ ସେଥିପାଇଁ ନିବେଶକମାନେ ସତର୍କ ରହିବା ଦରକାର ।  ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ବିଶ୍ବ ବଜାରରେ ସମେତ ଘରୋଇ ବଜାରରେ ସେନସେକ୍ସ ଏବଂ ନିଫ୍ଟି ଅପେକ୍ଷାକୃତ ବୃଦ୍ଧି ପାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  ଆମେରିକାବାସୀଙ୍କ ସହ ଧୋକାବାଜି ହୋଇଛି ଏବଂ ସେ ଦରକାର ପଡିଲେ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ । ତେବେ ଟ୍ରମ୍ପଙ୍କ ଏହି ବିବୃତି ପରେ ୟୁରୋପୀୟ ବଜାରରେ ପ୍ରାରମ୍ଭିକ କାରବାର ହ୍ରାସ ପାଇଥିଲା ।

ଭାରତର ଆଗଧାଡିର ନିବେଶକମାନଙ୍କ ତଥ୍ୟ ଦେଖିବାକୁ ଗଲେ କେବଳ ହିରୋ ମୋଟୋକର୍ପକୁ ବାଦ ଦେଇ ଅନ୍ୟ ସମସ୍ତ ନିବେଶକଙ୍କ ସୂଚକାଙ୍କ ଭାରି ମାତ୍ରାରେ ବୃଦ୍ଧି ପାଇଛି । ଏସ.ବି.ଆଇ, ଏଚସିଏଲ୍ ଟେକ୍, ହିଣ୍ଡାଲକୋ, ଇଣ୍ଡସଇଂଣ୍ଡ ବ୍ୟାଙ୍କ ଏବଂ ରିଲାଏନ୍ସ ଭଳି ନିବେଶକଙ୍କ ସେୟାର ବଜାର ବ୍ୟାପକ ଭାବେ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.