Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୮୫ ପଏଣ୍ଟ ବୃଦ୍ଧି

23/04/2021 at 2:53 PM

ନୂଆଦିଲ୍ଲୀ ୨୩/୦୪ : କରୋନା ସଙ୍କଟ ମଧ୍ୟରେ ସେୟାର ବଜାରରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଏହାର ପ୍ରଭାବ ସିଧାସଳଖ ସେୟାର ବଜାର ଉପରେ ମଧ୍ୟ ପଡୁଛି । ଗତ କିଛି ଦିନ ଧରି ସେୟାର ମାର୍କେଟରେ ମିଶ୍ରିତ କାରବାର ଦେଖିବାକୁ ମିଳୁଛି । ତେବେ ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ୍‌ କାରବାର ଆରମ୍ଭରୁ ୨୧୭ ପଏଣ୍ଟ ହ୍ରାସ ପାଇ ୪୭,୮୬୩.୮୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନ୍‌ସେକ୍ସ ୩୩୭ ପଏଣ୍ଟ ହ୍ରାସ ପାଇଁ ୪୭,୭୪୩.୪୩କୁ ଖସିଆସିଥିଲା । ଦିନ ୧୧ ଟା ପରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେନସେକ୍ସ ୧୮୫ ଅଙ୍କ ବୃଦ୍ଧି ପାଇ ୪୮,୨୬୫.୩୯​‌ରେ ପହଞ୍ଚିଯାଇଥିଲା । ସେହିପରି ଏନ୍‌ଏସ୍‌ଇ ନିଫ୍ଟି କାରବାର ଆରମ୍ଭରୁ ୧୪,୩୨୬.୩୫ରେ ଖୋଲିଥିଲା । ଦିନ ୧୧ଟା ପରେ ନିଫ୍ଟି ୧୩୫ ଅଙ୍କ ବୃଦ୍ଧି ପାଇ ୧୪,୪୬୧.୧୫ରେ ପହଞ୍ଚିଯାଇଥିଲା ।

ସଂକ୍ରମଣ ବୃଦ୍ଧି ଯୋଗୁଁ ସେୟାର ବଜାର ବ୍ୟାପକ ପ୍ରଭାବିତ ହେଉଥିବା ବେଳେ ଫାର୍ମା ସେକ୍ଟର ଗୁଡିକରେ ଜବରଦସ୍ତ ଫାଇଦା ଦେଖିବାକୁ ମିଳିଛି । ଚଳିତ ବର୍ଷ କେବଳ ଫାର୍ମା ସେକ୍ଟରରେ ୭ ପ୍ରତିଶତ ମୁନାଫା ହୋଇଛି । ଫାର୍ମା ସେକ୍ଟରରେ ପ୍ରାୟ ୧୨ଟି ସେୟାରରେ ବୃଦ୍ଧି ଦେଖିବାକୁ ମିଳି ଛି । ଗ୍ଲେନ୍‌ମାର୍କ ସିପ୍ଲା, ଆପୋଲୋ ହସ୍ପିଟାଲ୍ସ, ସନ୍‌ ଫାର୍ମା ଆଦି କମ୍ପାନୀଗୁଡିକର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ସେପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ନିରୁତ୍ସାହଜନକ ରହିଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୫.୦୨ ଟଙ୍କା ପ୍ରତି ଡଲାର ଖୋଲିଥିଲା । ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୯୫ରେ ବନ୍ଦ ହୋଇଥିଲା ।

ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ୍‌ କାରବାର ଆରମ୍ଭରୁ ୨୦୪ ଅଙ୍କ ହ୍ରାସ ପାଇ ୪୭,୫୦୧.୭୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନ୍‌ସେକ୍ସ ୫୦୧ ପଏଣ୍ଟ ହ୍ରାସ ପାଇଁ ୪୭,୨୦୪.୫୦କୁ ଖସିଆସିଥିଲା । ଦିନ ୧୨ ଟା ପରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେନସେକ୍ସ ୧୯୩ ଅଙ୍କ ବୃଦ୍ଧି ପାଇ ୪୭,୮୯୮.୧୬​‌ରେ ପହଞ୍ଚିଯାଇଥିଲା । ସେହିପରି ଏନ୍‌ଏସ୍‌ଇ ନିଫ୍ଟି କାରବାର ଆରମ୍ଭରୁ ୭୭ ପଏଣ୍ଟ ହ୍ରାସ ପାଇ ୧୪,୨୧୯.୧୫ରେ ଖୋଲିଥିଲା । ଦିନ ୧୨ ଟା ପରେ ନିଫ୍ଟି ୭୪ ଅଙ୍କ ବୃଦ୍ଧି ପାଇ ୧୪,୩୧୦.୫୫ରେ ପହଞ୍ଚିଯାଇଥିଲା ।

   Related Posts