ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ ୧୩/୧: ସେନସେକ୍ସ ଓ ନିଫ୍ଟି ରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ ୩୦୦ପଏଣ୍ଟ ବଢି ୪୧,୯୦୦ଛୁଇଁଛି । ଆଜି ଗୋଟିଏ ଦିନରେ ସେନସେକ୍ସରେ ୦.୬୬ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ନିଫ୍ଟିରେ ୭୩ ପଏଣ୍ଟ ବା ୦.୬ପ୍ରତିଶତ ବୃଦ୍ଧି ଘଟିଛି । ନିପ୍ଟି ୧୨,୩୩୦ ଅଙ୍କ ଛୁଇଁଛି ।

ଇରାନ-ଆମେରିକା ମୁହାଁମୁହିଁ ସ୍ଥିତି ଦୃଷ୍ଟିରୁ ଅନ୍ତର୍ଜାତୀୟ ବଜାର ଅସ୍ଥିର ହୋଇ ପଡିଛି । ଏପରି ସମୟରେ ଭାରତୀୟ ଷ୍ଟକ୍ ମାର୍କେଟରେ ଅନେକ ଷ୍ଟକ ଭଲ ପ୍ରଦର୍ଶନ କରିବାକୁ ଦେଖିବାକୁ ମିଳିଛି । ଆଇଟି, ଫାର୍ମା ଏବଂ ରିଅଲଟି ସେକ୍ଟରର ଷ୍ଟକ୍ ୧.୨୩ପ୍ରତିଶତ ବଢିଛି । ସେହିପରି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୨ପଇସା ବଢିଛି । ଶୁକ୍ରବାର ଟଙ୍କାର ମୂଲ୍ୟ ୭୦.୯୪ ଥିବାବେଳେ ଏହା ଆଜି ବୃଦ୍ଧି ପାଇ ୭୦.୮୨ ପହଞ୍ଚିଛି । ବିଶ୍ବ ବଜାରରେ ଭଲ ସଂଙ୍କେତ ମିଳିଥିବା ବେଳେ ଭାରତୀୟ ଟଙ୍କା ମଧ୍ୟ ଡଲାର ତୁଳନାରେ ନିଜର ମୂଲ୍ୟ ବଢାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.