Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା କାୟାରେ ବି ସେୟାର ବଜାର​‌​‌ରେ ଉତ୍ସାହ : ସେନସେକ୍ସ ୩୯୮ ପଏଣ୍ଟ ଉଠିଲା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି

28/04/2021 at 2:56 PM

ନୂଆଦିଲ୍ଲୀ ୨୮/୦୪ : ଦେଶରେ କରୋନାର ଭୟାବହତା ଜାରି ରହିଥିଲେ ସୁଦ୍ଧା ସେୟାର ବଜାର ଲଗାତାର ଭାବେ ବୃଦ୍ଧିପାଉଥିବା ଦେଖିବାକୁ ମିଳିଛି । ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୨୨ ଅଙ୍କ ବୃଦ୍ଧି ପାଇ ୪୯,୦୬୬.୬୪ରେ ଖୋଲିଥିଲା । ସକାଳ ୯ଟା ୩୦ ସୁଦ୍ଧା ସେନସେକ୍ସ ୩୯୮ ଅଙ୍କ ବୃଦ୍ଧି ପାଇ ୪୯,୩୪୨.୮୮ରେ ପହଞ୍ଚିଯାଇଥିଲା ।

ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୫୭ ପଏଣ୍ଟ ବୃଦ୍ଧି ପାଇ ୧୪,୭୧୦.୫୦ରେ ଖୋଲିଥିଲା । ସକାଳ ସାଢେ ୯ଟା ସୁଦ୍ଧା ୧୧୧ ପଏଣ୍ଟ ବୃଦ୍ଧି ପାଇ ୧୪,୭୬୪.୪୦ରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବୁଧବାର କାରବାର ସମୟରେ ୧୧୪୨ଟି ସେୟାରରେ ବୃଦ୍ଧି ଏବଂ ୨୪୨ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି ।

ବୁଧବାର, ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଜବୁତ ହୋଇଛି । ଟଙ୍କାର ମୂଲ୍ୟ ୧୫ ପଇସା ବୃଦ୍ଧି ପାଇ ୭୪.୫୧ ଟଙ୍କା ପ୍ରତି ଡଲାର ଖୋଲିଥିଲା । ଗତ ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୬୬ରେ ବନ୍ଦ ହୋଇଥିଲା ।

ଗତ ମଙ୍ଗଳବାର ମଧ୍ୟ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । କାରବାର ସମୟରେ ସେନସେକ୍ସ ୫୫୭.୬୩ ଅଙ୍କ ବୃଦ୍ଧି ପାଇ ୪୮,୯୪୪.୧୪ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୧୬୮.୦୫ ଅଙ୍କ ବୃଦ୍ଧି ପାଇ ୧୪,୬୫୩.୦୫ରେ ବନ୍ଦ ହୋଇଥିଲା ।  

   Related Posts