ଅଭିବୃଦ୍ଧି ସହ ଖୋଲିଲା ସେୟାର ବଜାର, ସେନସେକ୍ସ୍ ଓ ନିଫ୍ଟି ମଧ୍ୟ ବଢିଲା

Published By : Prameya-News7 Bureau | March 26, 2020 IST

ମୁମ୍ବାଇ, ୨୬୦୩ ଗୁରୁବାର ଦିନ ଭାରତୀୟ ବଜାରର କାରବାର ଅଭିବୃଦ୍ଧି ସହ ଆରମ୍ଭ ହୋଇଛି । ସେନସେକ୍ସ୍ ବୁଧବାରଠାରୁ ୫୩୭ ପଏଣ୍ଟ ଏବଂ ନିଫ୍ଟି ୧୩୩ ପଏଣ୍ଟ ଅଧିକ ଅଙ୍କରେ ଖୋଲିଛି । ବର୍ତ୍ତମାନ ସେନସେକ୍ସ ୨୯,୯୧୦.୫୯ ଓ ଏବଂ ନିଫ୍ଟି ୮,୬୭୪.୧୦ରେ କାରବାର କରୁଛି । ଏହାପୂର୍ବରୁ ବୁଧବାର ଦିନ ମଧ୍ୟ ବଜାରରେ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ସେନସେକ୍ସ୍ ୨୮,୫୩୫.୭୮ ପଏଣ୍ଟ ଓ ନିଫ୍ଟି ୮,୩୧୭.୮୫ ସହ କାରବାର ବନ୍ଦ ହୋଇଥିଲା । ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚଡିଏଫସି ସେୟାରର ଭାରି କ୍ରୟ ଯୋଗୁଁ ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା ।

ବୁଧବାର ଆମେରିକା ସହ ସମସ୍ତ ଦେଶର କାରବାରରେ ବୃଦ୍ଧି ହୋଇଥିଲା। ଡାଉ୍ ଜୋନ୍ସ ୨.୩୯ ପ୍ରତିଶତ ବୃଦ୍ଧି ସହ ୨୧,୨୦୦.୬୦ ରେ ବନ୍ଦ ହୋଇ ୪୯୫.୬୪ ପଏଣ୍ଟ ବୃଦ୍ଧି ପାଇଛି । ଆମେରିକାର ନାସଡାକ୍ ବଜାର ୦. ପ୍ରତିଶତ ହ୍ରାସ ହୋଇ ୭,୩୮୪.୩୦ ରେ ବନ୍ଦ ହୋଇ ୩୩.୫୬ ପଏଣ୍ଟ ହ୍ରାସ ପାଇଛି। ଫ୍ରାନ୍ସର ସିଏସି ୪୦ ର ଅଗ୍ରଣୀ୪୫ ସହିତ ୪,୪୩୨.୩୦ ପଏଣ୍ଟରେ ବନ୍ଦ ହୋଇଥିଲା ।

ଗୁରୁବାର ବ୍ୟାଙ୍କିଂ କ୍ଷେତ୍ରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ବୁଧବାର ୩୯.୯୯% ଲାଭ ସହିତ ଏହି ସେକ୍ଟର ବନ୍ଦ ହୋଇଥିଲା। କାରବାର ବେଳେ ଇଣ୍ଡସିଣ୍ଡ୍ ବ୍ୟାଙ୍କ ସେୟାର ୩୯.୯୯% ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.