ସେୟାର ବଜାର ଉପରେ କରୋନା ମାଡ, ଖସିଲା ସେନସେକ୍ସ ଓ ନିଫ୍ଟି

Published By : Prameya-News7 Bureau | April 19, 2021 IST

ମୁମ୍ବାଇ,୧୯/୦୪:  ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଯାହାର ପ୍ରଭାବ ସୋମବାର ସେୟାର ବଜାର ଉପରେ ପଡିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳେ ୮୯୦ ଅଙ୍କ ହ୍ରାସ ପାଇ ୪୭୯୪୦ରୁ ଖୋଲିଥିଲା । ସକାଳ ୯ଟା ୪୦ରେ ଏହା ୧୪୪୮ ଅଙ୍କ ହ୍ରାସ ପାଇ ୪୭,୩୮୪.୬୪ରେ ପହଁଚି ଯାଇଥିଲା ।

ସେହିପରି ନ୍ୟାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ବା ଏନଏସଇ ୩୧୧ ଅଙ୍କ ହ୍ରାସ ପାଇ ୧୪୩୦୬ରେ ଖୋଲିଥିଲା । କିଛି ସମୟ ପରେ ଏହା ୪୧୯ ଅଙ୍କ କମି ୧୪୧୯୮.୭୫ରେ ପହଁଚି ଯାଇଥିଲା ।

ଲାଲ୍ ରଙ୍ଗରେ ସବୁ ସେକ୍ଟର

ସମସ୍ତ ସେକ୍ଟରରେ ସୂଚକାଙ୍କ ସକାଳେ ଲାଲ୍ ରହିଥିଲା । ପିଏସୟୁ, ବ୍ୟାଙ୍କ, ଅଟୋ, ମେଟାଲ, ଇନଫ୍ରା, ଶକ୍ତି କ୍ଷେତ୍ର ଆଦିର ସେୟାର ୨ରୁ ୫ ପ୍ରତିଶତ ହ୍ରାସ ପାଇଥିଲା । ଏନଏସଇ ଆରମ୍ଭରେ ୧୮୩ଟି ସେୟାରରେ ବୃଦ୍ଧି ଓ ୬୧୫ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୪ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି । ସରକାର ଅକ୍ସିଜେନର ଚାହିଦାକୁ ଦେଖି ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ପ୍ରଦାନ ଉପରେ ରୋକ୍ ଲଗାଇଛନ୍ତି ।

ଶୁକ୍ରବାର ସବୁର ଚିହ୍ନରେ ବନ୍ଦ ହୋଇଥିଲା ସେୟାର ବଜାର

ଗତ ସପ୍ତାହରେ ସେୟାର ବଜାରର କାରବାର ସବୁଜ ରଙ୍ଗରେ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ବିଭିନ୍ନ ସେୟାର ମଜବୁତ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଶୁକ୍ରବାର ସକାଳେ ୧୩୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଥିବା ବେଳେ ୪୮,୮୩୨.୦୩ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.