Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସେୟାର ବଜାରରେ ଐତିହାସିକ ଦିନ, ୬୧ ହଜାର ପଏଣ୍ଟରେ ଖୋଲିଲା ସେନସେକ୍ସ

14/10/2021 at 10:57 AM

ମୁମ୍ବାଇ, ୧୪/୧୦:  ନିବେଶକଙ୍କ ପାଇଁ ଖୁସି ଖବର । ଇତିହାସ ରଚିଛି ଭାରତୀୟ ସେୟାର ବଜାର । ଗୁରୁବାର ବିଏସଇ ସେନସେକ୍ସ ପ୍ରଥମ ଥର ପାଇଁ ୬୧ ହଜାର ପଏଣ୍ଟ ଉପରେ ଖୋଲିଛି । ଗୁରୁବାର ସକାଳେ ୩୫୧ ଅଙ୍କ ସହ ବଜାର ୬୧,୦୮୮.୮୨ ସ୍ତରରେ ଖୋଲିଥିଲା । କିଛି ସମୟ ପରେ ଏହା ୪୨୨ ଅଙ୍କ ବୃଦ୍ଧି ପାଇ ୬୧୧୫୯.୪୮ରେ ପହଁଚି ଯାଇଥିଲା ।

ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୧୧୧ ପଏଣ୍ଟ ବୃଦ୍ଧି ପାଇ ୧୮୨୭୨.୮୫ ସ୍ତରରେ ଖୋଲିଥିଲା । ପରେ ଏହା ୧୮୨୯୪.୭୫ରେ ପହଁଚିଯାଇଥିଲା । ଇନଫୋସିସ, ଓ୍ୱିପ୍ରୋ ଓ ମାଇଣ୍ଡଟ୍ରିର ସେୟାର ଭଲ କାରବାର କରିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଅଧିକ ଲାଭରେ ରହିଛି ଇନଫୋସିସ୍ । କମ୍ପାନୀର  ଡୋଲର ରେଭିନ୍ୟୁ ପ୍ରାୟ ୬ ପ୍ରତିଶତ ବୃଦ୍ଧି ପାଇଛି ।

ବୁଧବାର ମଧ୍ୟ ସେୟାର ବଜାର ଭଲ କାରବାର କରିଥିଲା । ବିଏସଇ ସେନସେକ୍ସ ବୁଧବାର ୩୩୫ ଅଙ୍କ ବୃଦ୍ଧି ପାଇ ୬୦୬୨୮.୦୫ରେ ଖୋଲିଥିଲା । ଦିନ ୨ଟା ୩୭ରେ ଏହା ରେକର୍ଡ ସ୍ତର ୬୦,୮୩୬.୬୩ରେ ପହଁଚି ଯାଇଥିଲା । ତେବେ କାରବାର ୬୦,୭୩୭.୦୫ ପଏଣ୍ଟରେ ଶେଷ ହୋଇଥିଲା ।

   Related Posts