Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବଜେଟ୍ ପୂର୍ବରୁ ସେୟାର ବଜାରରେ ଉତ୍ସାହ, ୪୦୦ ପଏଣ୍ଟ ବୃଦ୍ଧି ସହ ଖୋଲିଲା ସେନସେକ୍ସ

1/02/2021 at 10:38 AM

ନୂଆଦିଲ୍ଲୀ,୦୧/୦୨:  ଦେଶରେ ୨୦୨୧-୨୨ ସାଧାରଣ ବଜେଟ୍ ସୋମବାର ଉପସ୍ଥାପିତ ହେବ । ବଜେଟ୍ ପୂର୍ବରୁ ସେୟାର ବଜାରେର କିନ୍ତୁ ଉତ୍ସାହ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୪୦୦ ଅଙ୍କ ବୃଦ୍ଧି ପାଇଛି । ଏହାସହ ୪୬,୬୧୭.୯୫ ପଏଣ୍ଟରେ ଖୋଲିଛି । ସେହିପରି ଏନଏସଇର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି । ଗତ କାରବାର ଦିନରେ ସେନସେକ୍ସ ୪୬,୨୮୫.୭୭ ଓ ନିଫ୍ଟି ୧୩,୬୩୪.୬୦ରେ ବନ୍ଦ ହୋଇଥିଲା ।

ସକାଳେ ସେନସେକ୍ସ ଓ ନିଫ୍ଟି ଉଭୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଆତ୍ମନିର୍ଭର ଭାରତ, କରୋନା ବେଳେ ଅର୍ଥବ୍ୟବସ୍ଥାର ଗତିରେ ଇନ୍ଧନ ଦେବା ଭଳି ସରକାର କିଛି ଘୋଷଣା କରିପାରନ୍ତି । ତେଣୁ ସେନସେକ୍ସ ୪୬,୭୭୭.୫୬ ପଏଣ୍ଟ ଓ ନିଫ୍ଟି ୧୩,୭୭୩.୮୦ରେ ପହଁଚିଥିଲା ।

ସେନସେକ୍ସରେ ସାମିଲ ୩୦ଟି କମ୍ପାନୀ ମଧ୍ୟରୁ ୧୯ଟି ଭଲ କାରବାର କରିଥିଲେ । ନିଫ୍ଟିରେ ମଧ୍ୟ ୫୦ରୁ ୩୫ଟି କମ୍ପାନୀ ଭଲ ଆରମ୍ଭ କରିଥିଲେ ।

ସେନସେକ୍ସରେ ସାମିଲ ଇଣ୍ଡସିଣ୍ଡ୍ ବ୍ୟାଙ୍କର ସେୟାର ସବୁଠାରୁ ଅଧିକ ଲାଭରେ ରହିଥିଲା । ଏହା ୭.୩୨ ପ୍ରତିଶତ ବୃଦ୍ଧି ପାଇତିଲା । ନିଫ୍ଟିରେ ବି ବ୍ୟାଙ୍କର ସେୟାର ୬.୭୭ ପ୍ରତିଶତ ଲାଭ ରହିଥିଲା । ଏହା ବ୍ୟତୀତ ଆଇସିଆଇସିଆଇ, ଏଚଡିଏଫସି, ଏସବିଆଇ, ମାରୁତି ସୁଜୁକି ଓ ରିଲାଏନ୍ସ ଭଲ କାରବାର କରିଥିଲେ ।

   Related Posts