Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସେୟାର ବଜାରରେ ମିଶ୍ରିତ କାରବାର: ସବୁଜ ସଙ୍କେତରେ ଖୋଲିବାପରେ ରେଡ୍‌ ମାର୍କରେ ସେନସେକ୍ସ୍, ହ୍ରାସ ପାଇଲା ନିଫ୍ଟି

29/04/2021 at 3:56 PM

ନୂଆଦିଲ୍ଲୀ ୨୯/୦୪ : କରୋନା ସଙ୍କଟ ପରେ ମଧ୍ୟ ଚଳିତ ସପ୍ତାହରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଗୁରୁବାର ସେୟାର ମାର୍କେଟ୍‌ ସବୁଜ ସଙ୍କେତରେ ଖୋଲିଥିଲା । କିନ୍ତୁ କାରବାର ସମୟରେ ଏଥିରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୬୦ ପଏଣ୍ଟ ବୃଦ୍ଧି ପାଇ ୫୦,୦୯୩.୮୬ରେ ଖୋଲିଥିଲା । ସକାଳ ୯.୨୨ ସୁଦ୍ଧା ସେନସେକ୍ସ ୬୪୨ ପଏଣ୍ଟ ବୃଦ୍ଧି ପାଇ ୫୦,୩୭୫.୭୭ରେ ପହଞ୍ଚିଯାଇଥିଲା । କିନ୍ତୁ ପରେ ଦିନ ୧୧.୪୫ ପରେ ସେନସେକ୍ସ ଲାଲ ସଙ୍କେତକୁ ଚାଲିଆସିଥିଲା । ସେନସେକ୍ସ ୮୩୯.୭୯ ପଏଣ୍ଟ ଖସି ୪୯,୫୩୫.୯୮ରେ ପହଞ୍ଚିଯାଇଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୧୫ ଅଙ୍କ ବୃଦ୍ଧି ପାଇ ୧୪,୯୭୯ରେ ଖୋଲିଥିଲା । ସକାଳ ୯ଟା୨୦ ପାଖାପାଖି ୧୮୦ ପଏଣ୍ଟ ବୃଦ୍ଧି ପାଇ ୧୫,୦୪୪.୩୫ରେ ପହଞ୍ଚିଯାଇଥିଲା । ତେବେ ପୁଣି ଏଥିରେ ହ୍ରାସ ଘଟି ୧୪,୮୧୪.୪୫ରେ ପହଞ୍ଚିଯାଇଥିଲା ।

କାରବାର ସମୟରେ ପ୍ରାୟ ୧୧୫୧ଟି ସେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ୨୦୧ ସେୟାର ହ୍ରାସ ଦେଖିବାକୁ ମିଳିଛି ।ମେଟାଲ ଇଣ୍ଡେକ୍ସରେ ୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଇନ୍‌ଫ୍ରା, ଆଇଟି ଏବଂ ଏଫ୍‌ଏମ୍‌ସିଜି ସେୟାରରେ ଭଲ କାରବାର ଦେଖିବାକୁ ମିଳିଛି ।

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୪ ପଇସା ହ୍ରାସ ପାଇଛି । ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୩୬ ରେ ବନ୍ଦ ହୋଇଥିବା ବେଳେ ଗୁରୁବାର ଏହା ୭୪.୨୨ ଟଙ୍କା ପ୍ରତି ଡଲାର ରହିଛି ।

ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୨୨ ଅଙ୍କ ବୃଦ୍ଧି ପାଇ ୪୯,୦୬୬.୬୪ରେ ଖୋଲିଥିଲା । ସକାଳ ୯ଟା ୩୦ ସୁଦ୍ଧା ସେନସେକ୍ସ ୩୯୮ ଅଙ୍କ ବୃଦ୍ଧି ପାଇ ୪୯,୩୪୨.୮୮ରେ ପହଞ୍ଚିଯାଇଥିଲା ।

ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୫୭ ପଏଣ୍ଟ ବୃଦ୍ଧି ପାଇ ୧୪,୭୧୦.୫୦ରେ ଖୋଲିଥିଲା । ସକାଳ ସାଢେ ୯ଟା ସୁଦ୍ଧା ୧୧୧ ପଏଣ୍ଟ ବୃଦ୍ଧି ପାଇ ୧୪,୭୬୪.୪୦ରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବୁଧବାର କାରବାର ସମୟରେ ୧୧୪୨ଟି ସେୟାରରେ ବୃଦ୍ଧି ଏବଂ ୨୪୨ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ବୁଧବାର, ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଜବୁତ ହୋଇଛି । ଟଙ୍କାର ମୂଲ୍ୟ ୧୫ ପଇସା ବୃଦ୍ଧି ପାଇ ୭୪.୫୧ ଟଙ୍କା ପ୍ରତି ଡଲାର ଖୋଲିଥିଲା । ଗତ ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୬୬ରେ ବନ୍ଦ ହୋଇଥିଲା ।

   Related Posts