Corona ଆତଙ୍କ: ୨,୪୦୦ ପଏଣ୍ଟ ତଳକୁ ଖସିଲା Sensex, ନିଫ୍ଟି ୧୦,୩୫୦ ପଏଣ୍ଟ ତଳେ

Published By : Prameya-News7 Bureau | March 09, 2020 IST

ମୁମ୍ବାଇ ୯।୩: ଇକ୍ୱଟି ଇଣ୍ଡେକ୍ସରେ ଆହୁରି ହ୍ରାସ ଦେଖାଦେଇଛି ସୋମବାର । ମାରାତ୍ମକ କରୋନା ସଂକ୍ରମଣ ଆତଙ୍କ କାରଣରୁ ବିଏସଇ ସେନସେକ୍ସ ୨୪୦୦ ପଏଣ୍ଟ ତଳକୁ ଖସିଛି। ସେନସେକ୍ସରେ ୬.୪୪ ପ୍ରତିଶତ ହ୍ରାସ ହୋଇ ୨ହଜାର ୪୧୯ ପଏଣ୍ଟ ତଳକୁଖସିଛି। ଫଳରେ ସୂଚକାଙ୍କ ୩୫,୧୫୮କୁ ଓହ୍ଲାଇ ଆସିଛି। ସେପଟେ ଏନଏସଇ ନିଫ୍ଟି ୫.୯୦ ପ୍ରତିଶତ ହ୍ରାସ ସହ ୧୦,୩୨୪୧କୁ ଖସିଛି। ବିଏସଇ ପ୍ୟାକ୍‌ରେ ଓଏନଜିସି, ଇଣ୍ଡସିଣ୍ଡ ବ୍ୟାଙ୍କ,ପାୱାରଗ୍ରିଡ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଟାଟା ଷ୍ଟିଲ ଷ୍ଟକ୍‌ରେ ୧୫.୩୭ ପ୍ରତିଶତ ହ୍ରାସ ଯୋଗୁ ବଜାରରେ ଏଭଳି ପରିସ୍ଥିତି ଉପୁଜିଛି।

{"id":235392,"width":583,"height":388,"sizeSlug":"large"}

ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଷ୍ଟକ୍‌ରେ ସର୍ବାଧିକ ୧୩.୬୮ ପ୍ରତିଶତ ହ୍ରାସ ପରିଲଖିତ ହୋଇଛି। ଅକ୍ଟୋବର ୨୦୧୨ରେ କ୍ରୁଡ ମୂଲ୍ୟ ହ୍ରାସ ଯୋଗୁ ଉପୁଜିଥିବା ପରିସ୍ଥିତି ପରେ ରିଲାଏନ୍ସ ଲାଗି ଏହା ଦ୍ୱିତୀୟ ଘଟଣା। ସେହିପରି ଏନଏସଇ ସବ ଇଣ୍ଡେକ୍ସରେ ମେଟାଲ, ମିଡିଆ ଓ ସାର୍ବଜନିକ ଉପକ୍ରମ ବ୍ୟାଙ୍କ କ୍ଷେତ୍ରରେ ୭.୦୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇଛି। ଗତ ଶୁକ୍ରବାର ଇୟେସ୍ ବ୍ୟାଙ୍କ ଘଟଣା ଜଣାପଡିବା ପରେ ସେନସେକ୍ସ ୮୯୪ ପଏଣ୍ଟ କୋହଳ ହୋଇଥଲା। ସେପଟେ ୨୮୦ ପଏଣ୍ଟ ତଳେ ସ୍ଥିର ରହିଥିଲେ ବି ସୋମବାର ବଜାର ନିବେଶକଙ୍କୁ ନିରାଶ କରିଛି।

{"id":235393,"width":580,"height":310,"sizeSlug":"large"}

ତେବେ କେବଳ ଭାରତୀୟ ବଜାର ନୁହେଁ ସାରା ବିଶ୍ୱରେ ଏବେ ସମାନ ପରିସ୍ଥିତି ଦେଖାଦେଇଛି। ଚୀନରେ କରୋନା ସଂକ୍ରମଣ ପରଠାରୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧ଲକ୍ଷ ୭ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୩ ହଜାର ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଫଳରେ ବ୍ୟବସାୟ ଶୃଙ୍ଖଳ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଏବେ ନିଫ୍ଟି ୧୦ ହଜାର ତଳକୁ ଖସିନଯିବ ତାହା କହି ହେବ ନାହିଁ। 

{"id":235394,"sizeSlug":"large"}

କରୋନା ସାଙ୍ଗକୁ ଦେଶରେ ଇୟେସ୍ ବ୍ୟାଙ୍କକୁ ନେଇ ଦେଖାଦେଇଥିବା ପରିସ୍ଥିତି ନିବେଶକଙ୍କୁ ଅଧିକ ଆତଙ୍କିତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କର ସଂସ୍ଥାପକଙ୍କୁ ଗିରଫ କରିଥିବା ବେଳେ ମାମଲାର ତଦନ୍ତ ଭାର ଏବେ ସିବିଆଇକୁ ନ୍ୟସ୍ତ କରାଯାଇଛି। ସିବିଆଇ ସୋମବାର ରାଣାକପୁରଙ୍କ ୭ଟି ସ୍ଥାନରେ ଚଢଉ କରିଥିବା ବେଳେ ରାଣା କପୁର ଓ ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେସନର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଠକେଇ ଓ ଭ୍ରଷ୍ଟାଚାର ମାମଲାରେ ମୋକଦ୍ଦମା ରୁଜୁ କରିଛି। ଏଣୁ ବଜାରକୁ ନେଇ ନିବେଶକ ଆତଙ୍କିତ ହେବା ସ୍ୱଭାବିକ୍ ବୋଲି କହିଛନ୍ତି ବିଶେଷଜ୍ଞ.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.