Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରାଦିନ ଉଠାପକା ସତ୍ତ୍ୱେ ବନ୍ଦ ବେଳକୁ ୩୧ହଜାର ୫୦୦ ପଏଣ୍ଟ ଛୁଇଁଲା Sensex

27/05/2020 at 7:56 PM

ମୁମ୍ବାଇ ୨୭।୫: ସପ୍ତାହର ଦ୍ୱିତୀୟ କାରବାର ଦିନ ଅର୍ଥାତ ବୁଧବାର ସେୟାର ବଜାର ଦିନ ତମାମ ଉଠାପକାରେ ଚାଲିଥିଲା। ତେବେ କାରବାର ବନ୍ଦ ବେଳକୁ ସେନସେକ୍ସ ଅଭିବୃଦ୍ଧିରେ ବନ୍ଦ ହେବା ନିବେଶକଙ୍କୁ ଆଶ୍ୱସ୍ତ କରିଛି। କାରବାର ଶେଷ ବେଳକୁ ମୁମ୍ବାଇ ଷ୍ଟକଏକ୍ସଚେଞ୍ଜ ଇଣ୍ଡେକ୍ସ ୩.୨୫ ପ୍ରତିଶତ ବୃଦ୍ଧି ସହ ୯୯୫.୯୨ ଅଙ୍କ ଉପରେ ୩୧୬୦୫.୨୨ସ୍ତରରେ ବନ୍ଦ ହୋଇଛି। ସେପଟେ ନ୍ୟାସନାଲ ଏକ୍ସଚେଞ୍ଜର ନିଫ୍ଟି ବୁଧବାର ୩.୧୭ ଅଭିବୃଦ୍ଧି ସହ୨୮୫.୯୦ ଅଙ୍କ ଉପରେ ୯୩୧୪.୯୫ ସ୍ତରରେ ବନ୍ଦ ହୋଇଛି।

ବୁଧବାର କାରବାରରେ ଆଇସିଆଇସିଆଇ ବ୍ୟାଙ୍କ, ୱିପ୍ରୋ, ବଜାଜ ଫାଇନାନ୍ସ,ଗ୍ରାସିମ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ୟୁପିଏଲ, କୋଟାକ ବ୍ୟାଙ୍କ ଓ ବିପିସିଏଲ ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛନ୍ତି। ସେପଟେ ଆମେରିକା ଡଲାର ମୁକାବିଲାରେ ଟଙ୍କା ୫ ପଇସା ହ୍ରାସ ସହ ୭୧.୭୧ରେ ବନ୍ଦ ହୋଇଛି। ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମଜଭୁତ ହେବାର ପ୍ରଭାବ ମଧ୍ୟ ଭାରତୀୟ ଟଙ୍କା ଉପରେ ପଡିଛି।

ସେକ୍ଟରିଆଲ ଇଣ୍ଡକ୍ସ କଥା ବିଚାରକୁ ନିଆଗଲେ ମିଡିଆ ଓ ଫର୍ମା କମ୍ପାନୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ସେୟାର ସବୁଜ ସଙ୍କେତରେ ଚାଲି ବନ୍ଦ ହୋଇଛନ୍ତି। ଏଥିରେ ଆଇଟି, ଅଟୋ, ପ୍ରାଇଭେଟ ବ୍ୟାଙ୍କ, ରିଏଲଟି, ମେଟାଲ, ଏଫଏମସିଜି ଓ ପିଏସୟୁ ବ୍ୟାଙ୍କ ସେୟା ମଧ୍ୟ ଏଥିରେ ସାମିଲ ଅଛନ୍ତି। ସକାଳେ ସବୁଜ ସଙ୍କେତରେ ବଜାର ଖୋଲିଥିଲା। ଏଣୁ ବନ୍ଦ ମଧ୍ୟ ସବୁଜ ସଙ୍କେତରେ ହେବା ନିବେଶଙ୍କ ଆସ୍ଥାକୁ ମଜଭୁତ କରିବାରେ ସହାୟକ ହୋଇଛି।

   Related Posts