ଡିସିପି ବିକ୍ରମ କପୂରଙ୍କ ଆତ୍ମହତ୍ୟା ମାମଲାର ହେଲା ପର୍ଦ୍ଦାଫାଶ, ଅଭିଯୁକ୍ତ ଏମିତି ରଚିଥିଲା ଷଡ଼ଯନ୍ତ୍ର

Published By : Prameya-News7 Bureau | August 18, 2019 IST

ଫରିଦାବାଦ୧୮|୮: ଗତ ଅଗଷ୍ଟ ୧୪ ତାରିଖରେ ଫରିଦାବାଦର ଡିସିପି ବିକ୍ରମ କପୂରଙ୍କ ଆତ୍ମହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ଡିସିପିଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ହାତରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମାମଲାର ମୁଖ୍ୟ ଅଭିଯୁକ୍ତ ଏସଏଚଓ ଅବଦୁଲ ସଇଦକୁ ପୋଲିସ ରିମାଣ୍ଡରେ ନେଇ ପଚାରଉଚାର କରିବା ସମୟରେ ସତ ଘଟଣା ସାମ୍ନାକୁ ଆସିଛି। ତେବେ ଅଭିଯୁକ୍ତର ଭଣଜାକୁ ଏକ ହତ୍ୟା ମାମଲାରେ ଜେଲରୁ ବାହାର କରିବା ପାଇଁ ଡିସିପି ବିକ୍ରମଙ୍କୁ ସେ ଦାବି କରୁଥିଲା। ଯଦି ତା ଭଣଜାକୁ ଜେଲରୁ ବାହାର ନକରନ୍ତି ତେବେ ଡିସିପିଙ୍କୁ ମିଛ ଘଟଣାରେ ବଦନାମ କରିଦେବ ବୋଲି ଅଭିଯୁକ୍ତ ଧମକ ଦେଉଥିଲା। ଖବର କାଗଜରେ ମିଛ ଖବର ଛାପି ତାଙ୍କୁ ବଦନାମ କରିଦେବ ଅଭିଯୁକ୍ତ ଧମକ ଦେଉଥିଲା।

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଅଭିଯୁକ୍ତ ଇନ୍‌ସ୍ପେକ୍ଟର ଅବ୍‌ଦୁଲର ଭଣଜା ବିରୋଧରେ ହତ୍ୟା ମାମଲାରେ ପୋଲିସ ତାକୁ ଗିରଫ କରିଥିଲା। ଅଭିଯୁକ୍ତର ଭଣଜାକୁ ନିର୍ଦୋଶରେ ଛାଡି ଦେବା ପାଇଁ ବିକ୍ରମ କପୂରଙ୍କ ପାଖରେ ସେ ବାରମ୍ବାର ଦାବି କରୁଥିଲା। ଅଭିଯୁକ୍ତ ଇନ୍‌ସ୍ପେକ୍ଟର ସବୁବେଳେ ଡିସିପି ବିକ୍ରମଙ୍କୁ ବ୍ଲାକମେଲିଂ କରୁଥିଲା। ତାର ଜଣେ ମହିଳା ସାଙ୍ଗଙ୍କ ଦ୍ବାରା ଏଫଆଇଆର ଦେବା ବାହାନାରେ ଡିସିପିଙ୍କୁ ବଦନାମ କରିବା ପାଇଁ ଅଭିଯୁକ୍ତ ଷଡ଼ଯନ୍ତ୍ର ରଚିଥିଲା।

ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତର ମହିଳା ସାଙ୍ଗ ଏଫଆଇଆର ଦେବା ସମୟରେ ତାଙ୍କୁ ଡିସିପି ବିକ୍ରମ କପୂର ଅସଦାଚରଣ କରୁଥିବା ମିଛ ଅଭିଯୋଗ ତାଙ୍କ ଉପରେ ଲଗାଯାଇଥିଲା। ଏହି କଥାକୁ ଜଣେ ପତ୍ରକାର ଦ୍ବାରା ଖବର କାଗଜରେ ଛାପି ତାଙ୍କୁ ବଦନାମ କରିଦେବେ ବୋଲି ମିଳିମିଶି ତାଙ୍କୁ ଧମକ ଦେଉଥିଲେ। ଏହା ପୂର୍ବରୁ ମଧ୍ୟ ଡିସିପି ବିକ୍ରମ କପୂରଙ୍କୁ ବଦନାମ କରିବା ପାଇଁ ଅଭିଯୁକ୍ତ ଇନସ୍ପେକ୍ଟଟ ବାରମ୍ବାର ଚେଷ୍ଟା କରିଛି। ଏହି ମିଛ ବଦନାମରୁ ରକ୍ଷା ପାଇଁ ନିଜେ ଘରେ ନିଜକୁ ନିଜେ ଗୁଳିକରି ଡିସିପି ବିକ୍ରମ କପୂର ଆତ୍ମହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.