Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

sex slave: ନାବାଳିକାକୁ ୭୦ ହଜାର ଟଙ୍କାରେ କିଣି ୬ ମାସ କାଳ ଦୁଷ୍କର୍ମ, ଯୁବକ ଗିରଫ

28/12/2019 at 6:30 PM

ଅହମ୍ମଦାବାଦ : ଗୁଜୁରାଟର ସୁରଟ ସହରରୁ ଗତ ୬ ମାସ ପୂର୍ବେ ନିଖୋଜଥିବା ଏକ ଅପ୍ରାପ୍ତ ବୟସ୍କା କିଶୋରୀକୁ ପୋଲିସ ଅହମ୍ମଦାବାଦରୁ ଉଦ୍ଧାର କରିଛି। ମାମଲାରେ ତାଙ୍କ ସହ ଗିରଫ ହୋଇଥିବା ହରିଶ ସୋଲଙ୍କିର ଡାକ୍ତରୀମାଇନା ପରେ ଏବେ ତାକୁ ପଚରା ଉଚରା କରାଯାଉଛି। କିଶୋରୀଟି ସଚ୍ଚିନ ଅଞ୍ଚଳକୁ ଡ୍ରେସ ସିଲେଇ କରିବାକୁ ଯାଇଥିବା ବେଳେ ତାଙ୍କୁ ବେହୋଶ କରି କେହି ଅପହରଣ କରିନେଇଥିଲା।

ହୋସ ଆସିବା ପରେ ଅହମ୍ମଦାବାଦରେ ଥିବା ଜାଣିଲେ
କିଶୋରୀଙ୍କ ମୁହଁକୁ କେହି କିଛି ସ୍ପ୍ରେ କରିବାରୁ ସେ ଚେତା ହରାଇଥିଲେ। ତେବେ ଚେତା ଫେରିବା ପରେ ସେ ଅହମ୍ମଦାବାଦରେ ଥିବା ଜାଣିବାକୁ ପାଇଥିଲେ। ତେବେ ଜଣେ ମହିଳା ତାଙ୍କୁ ବନ୍ଧକ କରି ରଖିଥିଲେ। ୪/୫ ଦିନ ରଖିବା ପରେ ହରିଶ ସୋଲଙ୍କି ନାମକ ଜନୈକ ବ୍ୟକ୍ତିଙ୍କୁ ବିକି ଦେଇଥିବା ବେଳେ ସେ ଗତ ୬ ମାସ ହେଲା କିଶୋରୀଙ୍କୁ ଘରେ ବନ୍ଦ ରଖି ତା ପ୍ରତି ଦୁଷ୍କର୍ମ କରୁଥିଲା ବୋଲି ଅପହୃତା ପୋଲିସକୁ କହିଛନ୍ତି।

୭୦ ହଜାର ଟଙ୍କାରେ କିଣିଥିଲା ସୋଲଙ୍କି
ଅପ୍ରାପ୍ତ ବୟସ୍କା କିଶୋରୀକୁ ଅହମ୍ମଦାବାଦ ସେଜପୁର ଅଞ୍ଚଳର ହରିଶ ସୋଲଙ୍କି ମହିଳାଙ୍କ ଠାରୁ ୭୦ ହଜାର ଟଙ୍କାରେ କିଣିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏବେ ହରିଶ କାହାଠରୁ କିଶୋରୀଙ୍କୁ କିଣିଥିଲା ଓ ସେ କେଉଁଠି ରହନ୍ତି ସେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ଘଟଣାରେ ଆହୁରି ଲୋକେ ବି ସାମିଲ ଥିବାର ଏବେ ଆଶଙ୍କା କରାଯାଉଛି।     

   Related Posts