Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେୟରଙ୍କ ପୁଅ ଆଖି ମାରୁଥିବା ଅଭିଯୋଗ କଲେ ମହିଳା କର୍ପୋରେଟର

ପାଟଣା ୨୧|୮: ପାଟଣା ମହାନଗର ନିଗମ ବୈଠକରେ ହଙ୍ଗାମା ହୋଇଛି । ବୈଠକ ଚାଲିଥିବା ବେଳେ କିଛି କର୍ପୋରେଟରମାନେ ହୋହଲ୍ଲା କରିଥିଲେ । ବୈଠକରେ ମେୟରଙ୍କ ପୁଅ ବିରୋଧରେ ପିଙ୍କି କୁମାରୀ ନାମକ ଜଣେ ମହିଳା କର୍ପୋରେଟର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ମହିଳା ମେୟରଙ୍କ ପୁଅ ତାଙ୍କୁ ଆଖି ମାରୁଥିବା ସେ କହିଥିଲେ । ଯେତେବେଳେ ସେ ତାର ପ୍ରତିବାଦ କଲେ ସେତେବେଳେ ମେୟର ଏବଂ ତାଙ୍କ ସମର୍ଥକ ରାବିଯାଇଥିଲେ । ସେମାନଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ । ମହିଳା କର୍ପୋରେଟର ଏହା ମଧ୍ୟ କହିଛନ୍ତି ଯେ, କୋତବାଲି ଥାନା ଯାଇ ତାଙ୍କ ବିରୋଧରେ ମାମଲା ଦାୟର କରିବେ ।

ସୂଚନାଯୋଗ୍ୟ ଯେ, ବିହାରରେ ତିନି ଦିନିଆ ରାଜକୀୟ ଶୋକ ପାଳନ କରାଯାଉଛି । ଏହି ସମୟରେ ପାଟଣା ମହାନଗର ନିଗମର ବୈଠକ ଡକାଯାଇଥିଲା । କେତେକ କର୍ପୋରେଟର ଏହାକ ବିରୋଧ କରିବା ସହ କହିଥିଲେ ଯେ, ରାଜକୀୟ ଶୋକ ପାଳନ ବେଳେ କିଭଳି ଭାବେ ବୈଠକ ଡକାଯାଇଛି । ଏଥି ଯୋଗୁଁ ହଙ୍ଗାମା ଆରମ୍ଭ ହୋଇଥିଲା । ଯେଉଁ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ତାଙ୍କୁ ପଦରୁ ହଟାନଯିବାକୁ ନେଇ ମଧ୍ୟ ବିରୋଧୀ କର୍ପୋରେଟରମାନେ ହଙ୍ଗାମା କରିଥିଲେ । ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।

ଅନ୍ୟପଟେ ମେୟରଙ୍କ ପୁଅ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ତାଙ୍କୁ ଫସାଇବାକୁ ପ୍ରୟାସ କରାଯାଉଛି ।

11423 Views

   ସମ୍ବନ୍ଧିତ ଖବର