ଦିଅର ଏବଂ ଭାଉଜଙ୍କ ସନ୍ଦେହଜନକ ମୃତ୍ୟୁ : ପୋଲିସକୁ ନ ଜଣାଇ ଅନ୍ତିମ ସଂସ୍କାର କଲେ ପରିବାର ଲୋକେ
9/10/2019 at 10:59 AM

ଗୋରଖପୁର ୯/୧୦: ଗୋରଖପୁରର ଚୌରିଚୌରା ଥାନା ଅଞ୍ଚଳରେ ଗୌନର ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ସକାଳେ ତାଙ୍କ ଦିଅରଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟଣା ପୂରା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ପୂରା ଗାଁରେ ଭିନ୍ନ ଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। ଗତକାଲି ସକାଳେ ଦୁଇ ପରିବାରର ତୁରନ୍ତ ଶବର ଅନ୍ତିମ ସଂସ୍କାର କରିଥିଲେ।
ଗତ ସୋମବାର ଚୌରିଚୌରା ଥାନା ଅଞ୍ଚଳରେ ଗୌନର ଗାଁରେ ପାସି ଟୋଲା ବାସିନ୍ଦା ମୀନା ପାଶଓ୍ବାନ(୩୫)ଙ୍କ ରାତି ପ୍ରାୟ ୯ଟାବେଳେ ସନ୍ଦେଜନକ ଅବସ୍ଥାରେ ଘର ଭିତରେ ମୃତ୍ୟୁ ହୋଇଥିଲା। ସେହିପରି ଗତକାଲି ମହିଳାଙ୍କ ସମ୍ପର୍କୀୟ ଦିଅର ସନ୍ଦୀପ(୧୮) ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଉଭୟଙ୍କ ପରିବାର ଲୋକେ ପୋଲିସକୁ ନ ଜଣାଇ ଯଥାଶୀଘ୍ର ଶବକୁ ଗାଁଠୁ କିଛି ଦୂରରେ ସ୍ଥିତ ମଞ୍ଝନା କେନାଲ କଡ଼ରେ ଅନ୍ତିମ ସଂସ୍କାର କରି ଦେଇଛନ୍ତି।
କୁହାଯାଉଛି ଯେ ମୃତା ମହିଳାଙ୍କ ୩ଟି ପିଲା ଅଛନ୍ତି। ତାଙ୍କ ସ୍ବାମୀ ବାହାରେ ଦିନମଜୁରିଆ କାମ କରନ୍ତି। ସେହିପରି ମୃତ ସନ୍ଦୀପ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିଲେ। ମୃତା ମହିଳାଙ୍କ ଶାଶୁଙ୍କ କହିବାନୁସାରେ ଅନେକ ଦିନରୁ ତାଙ୍କ ବୋହୂଙ୍କ ଦେହ ଖରାପ ଥିଲା ଯେଉଁଥିପାଇଁ ତାଙ୍କ ମୃତ୍ୟୁ ହୋଇଛି।
ମୃତ ଯୁବକଙ୍କ ପରିବାର ଲୋକଙ୍କ କହିବାନୁସାରେ ଅପସ୍ମାର ରୋଗ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି।