ଚିରନିଦ୍ରାରେ ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ: ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଚାଲିଗଲେ ଓଡ଼ିଶା ରାଜନୀତିର ଜଣେ ଭଲ ଲୋକ

Published By : Prameya-News7 Bureau | April 20, 2019 IST

ଭୁବନେଶ୍ବର ୨୦|୪: ଚିରନିଦ୍ରାରେ ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ । ଆଜି ସକାଳ ୧୦ ଟା ୨୦ ମିନିଟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।  ତାଙ୍କୁ ୮୨ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ବେଦ ପ୍ରକାଶ ।

{"id":105403}

ବରିଷ୍ଠ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ ପୂର୍ବତନ ଅର୍ଥମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ବିୟୋଗ । ନିର୍ବାଚନ ପାଇଁ ରାଜ୍ୟ ରାଜନୀତିରେ ଗରମ ହାୱା ବହୁଥିବା ବେଳେ ଆଉ ନିଜେ ବେଦପ୍ରକାଶ ବହୁଚର୍ଚ୍ଚିତ ପାଟକୁରା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଛି।

{"id":105396}

୬ ଥରର ବିଧାୟକ। ଏଥର ପୁଣି ପାଟକୁରାରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲ ସମସ୍ତଙ୍କୁ ବିଦାୟ ଦେଇ ଚିରନିଦ୍ରାରେ ଶୋଇ ଯାଇଛନ୍ତି ।

{"id":105393}

ଦୀର୍ଘ ୪ ଦଶନ୍ଧି ଧରି ସେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ। ଉପକୂଳ ତଥା କେନ୍ଦ୍ରାପଡ଼ା ରାଜନୀତିର ସେ ଥିଲେ ଭିଷ୍ମ ପିତାମହ। ବିଜୁ ପଟ୍ଟନାୟକଙ୍କର ଥିଲେ ସହଯୋଗୀ। ଦଳୀୟ ନେତା ତାଙ୍କୁ ଯେତିକି ଭଲ ପାଉଥିଲେ ବିରୋଧୀ ଶିବିରରେ ବି ତାଙ୍କର ଲୋକପ୍ରିୟତା ଥିଲା।

{"id":105405}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।…

{"id":105394}

 ୧୯୩୭ ମସିହା ଜାନୁଆରୀ ୧୬ରେ ଜନ୍ମିତ ବେଦପ୍ରକାଶ ଅଗ୍ରୱାଲ ୨୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିର କାଉନସିଲରଭାବେ ରାଜନୈତିକ କ୍ୟାରିୟର ଭାବେ ଆରମ୍ଭ କରିଥିବା ବେଦୁ ବାବୁ ୬ ଥର ବିଧାୟକ ହୋଇଛନ୍ତି ।କେନ୍ଦ୍ରପଡାରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜୁ ପଟ୍ଟନାୟକଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ ।

{"id":105398}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଯୋଗାଣ ମନ୍ତ୍ରୀ ଥିଲେ। ଭଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ କ୍ୟାବିନେଟ୍‌ ମନ୍ତ୍ରୀ । ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ରାଜନୀତିରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ ।…

{"id":105395}

ବେଦପ୍ରକାଶଙ୍କ ମରଶରରୀ ବିଜେଡି କାର୍ଯ୍ୟାଳୟକୁ ନିଆଯିବା ପରେ ସେଠାରୁ କେନ୍ଦ୍ରାପଡ଼ାକୁ ନିଅଯାଇଛି  କେନ୍ଦ୍ରାପଡ଼ା ସହିତ ପାଟକୁରା ନିର୍ବାଚନମଣ୍ଡଳୀ ପରିକ୍ରମା କରାଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହେବ।…

{"id":105399}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.