ସିନିୟର କଲେ ଏମିତି ରାଗିଂ, ଜୁନିୟର ଛାତ୍ରଙ୍କୁ କଲେ ସାମୁହିକ ଲଣ୍ଡା

Published By : Prameya-News7 Bureau | August 20, 2019 IST

ଲକ୍ଷ୍ମୌ .- ଉତ୍ତରପ୍ରଦେଶ ମେଡିକାଲ ସାଇନ୍ସ ବିଶ୍ୱ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ନାମ ଲେଖାଇଥିବା ଅନେକ କନିଷ୍ଠ ଛାତ୍ର ଲଣ୍ଡା ହୋଇଯାଇଥିବା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ରାଗିଂ ବିଷୟରେ କୌଣସି ଅଭିଯୋଗ ମିଳି ନାହିଁ , କୌଣସି ଅଭିଯୋଗ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ବିଶ୍ୱବିଦ୍ୟାଳୟରେ ଅନୁଶାସନ ନାମରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରଙ୍କୁ ଅନେକ କଡା ଦଣ୍ଡ ଦେଉଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ଛାତ୍ରମାନଙ୍କୁ ଲଣ୍ଡା କରିଦିଆଯାଇଥିବା ଚର୍ଚ୍ଚା ହେଉଛି ।

ଏହାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏକ କମିଟି ଗଠନ କରିଛନ୍ତି । ଏହି ଘଟଣାପାଇଁ କାହାରି ସମ୍ପୃକ୍ତି ମିଳିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/ANINewsUP/status/1163799582352039936","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1163799582352039936
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.