ଜାତୀୟ କ୍ରୀଡ଼ା ଦିବସ ଅବସରରେ ୧୧ ଜଣଙ୍କୁ ଶ୍ରୀକ୍ଷେତ୍ର କ୍ରୀଡ଼ା ସମ୍ମାନ ପ୍ରଦାନ
30/08/2018 at 5:20 AM

ପୁରୀ ୩୦/୮ : ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଦ୍ୱାରା ୧୧ ଜଣଙ୍କୁ ଶ୍ରୀକ୍ଷେତ୍ର କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି। ସେଲ୍ଫ ଡ଼ିଫେନ୍ସ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବରିଷ୍ଠ କ୍ରୀଡ଼ାବିତ୍ ସତ୍ୟନାରାୟଣ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଜିତ ଉତ୍ସବରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି, ଅନୁଷ୍ଠାନର ସଂପାଦକ ସବ୍ୟସଚୀ ରଥ, ଜିଲ୍ଲା କ୍ରୀଡ଼ା ଅଧିକାରୀ ନାରାୟଣ ବେହେରା, ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ରବୀନ୍ଦ୍ରନାଥ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।