ଆଇପିଏସ୍ ସମ୍ମିଳନୀର ଆଜି ଅନ୍ତିମ ଦିବସ ; ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ଭୁବନେଶ୍ବର ପୋଲିସ ଭବନରେ ଚାଲିଥିବା ୩ଦିନିଆ ଆଇପିଏସ୍ ସମ୍ମିଳନୀର ଆଜି ଅନ୍ତିମ ଦିବସ । ସମ୍ମିଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ସାଇବର କ୍ରାଇମ୍, ନକ୍ସଲ ଦମନ, ୨୦୧୯ ନିର୍ବାଚନ, ଭିଭିଆଇପି ମାନଙ୍କ ସୁରକ୍ଷା, ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ, ସରକାରୀ ସମ୍ପତି ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏହାସହ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ମଧ୍ୟ ଯୋଗ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.