ବରିଷ୍ଠ ସାମ୍ବାଦିକ ଶେଷ ନାରାୟଣ ସିଂହଙ୍କ ପରଲୋକ, ହୋଇଥିଲେ କରୋନା ସଂକ୍ରମିତ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୭।୫: କରୋନା ଭାଇରସ୍‌ର ଦ୍ବିତୀୟ ଲହର ଭୟାବହ ହେବାରେ ଲାଗିଛି । ଏହି ମହାମାରୀ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ନେଉଛି । ଶୁକ୍ରବାର ସକାଳେ ଗଣମାଧ୍ୟମ ଜଗତର ବରିଷ୍ଠ ହିନ୍ଦୀ ସାମ୍ବାଦିକ ଶେଷ ନାରାୟଣ ସିଂହଙ୍କର ପରଲୋକ ହୋଇଛି । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଗ୍ରେଟର ନୋଏଡା ସ୍ଥିତ ଜିଆଇଏମଏସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ନିକଟରେ ତାଙ୍କର ପ୍ଲାଜମା ଥେରାପି ମଧ୍ୟ କରାଯାଇଥିଲା । ମାତ୍ର ତାର କୌଣସି ପ୍ରଭାବ ପଡିଲାନାହିଁ । ଫଳରେ ଶୁକ୍ରବାର ସକାଳେ ଶେଷ ନାରାୟଣ ସିଂହ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଶେଷ ନାରାୟଣଙ୍କ ଦେହାନ୍ତ ପରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ବରିଷ୍ଠ ସାମ୍ବାଦିକ ଏବଂ ରାଜନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶେଷ ନାରାୟଣ ସିଂହଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ଶେଷ ନାରାୟଣ ସିଂହ ମୂଳତଃ ଉତ୍ତରପ୍ରଦେଶ ସୁଲତାନପୁରରୁ ଥିଲେ । ଅନେକ ବର୍ଷ ହେବ ହିନ୍ଦୀ ସାମ୍ବାଦିକତାରେ ସେ ତାଙ୍କର ଯୋଗଦାନ ଦେଇଥିଲେ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.