ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଜୀମୂତ ମଙ୍ଗରାଜଙ୍କ ପରଲୋକ

Published By : Prameya-News7 Bureau | June 27, 2021 IST

ଭୁବନେଶ୍ବର ୨୭/ ୦୬ : ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିବା ବେଳେ ଜାଆଁଳା ଛକରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଓଡିଶା ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିଲେ ଜୀମୂତ । ସ୍ବର୍ଗତ ମଙ୍ଗରାଜ ସାମ୍ବାଦିକତା, ଗଣ ଯୋଗଯୋଗ ଏବଂ ସମାଜସେବା ଉପରେ ଗବେଷଣା କରି ତିନି ତିନୋଟି ଡକ୍ଟରେଟ ଉପାଧି ଲାଭ କରିଥିଲେ । ସେ ବହୁ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

ସ୍ବର୍ଗତ ମଙ୍ଗରାଜ ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର, ଲେଖକ, କବି ଏବଂ ଆହୁରି ଅନେକ ପ୍ରତିଭାର ଅଧିକାରୀ ଥିଲେ । ସେ ରାଜ୍ୟର ଅଧିକାଂଶ ପ୍ରମୁଖ ସମ୍ବାଦ ପତ୍ରରେ କାର୍ଯ୍ୟ କରିଥିଲେ । ଓଡିଶା ରାଜନୀତି ସମ୍ପର୍କରେ ଏବେ ନେତାମାନଙ୍କ ସମ୍ପର୍କରେ ଅନେକ ପୁସ୍ତକ ରଚନା କରିଛନ୍ତି । ସେ ରାଜନୈତିକ ଖବରକାଗଜ ନେତାର ସମ୍ପାଦକ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.