Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର ୧୨।୦୯- ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଦିଲ୍ଲୀପ ଶତପଥୀଙ୍କ ଆତ୍ମାର ସଦଗତି ନିମନ୍ତେ  ଭୁବନେଶ୍ବର​ରେ  ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ  ହୋଇଛି। ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଇଂରାଜୀ  ଖବର କାଗଜ ବିଜନେସ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର ସ୍ବର୍ଗତ ଦିଲ୍ଲୀପ  ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।  ଭୁବନେଶ୍ବର ଇଡକଲ ଅଡିଟୋରିୟମ ପରିସରରେ ଆୟାଜିତ  ଶ୍ରଦ୍ଧାଞ୍ଜଳି ସଭାରେ  ବହୁ ବିଶିଷ୍ଟ ବ୍ୟକ୍ତି  ଯୋଗ ଦେଇ  ସ୍ବର୍ଗତ ଶତପଥୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । 

ଶ୍ରଦ୍ଧାଞ୍ଜଳି ସଭାରେ  ବରିଷ୍ଠ ପ୍ରଶାସକ, ସାମ୍ବାଦିକ, ପୋଲିସ ଅଫିସର, ସମାଜସେବୀ, ରାଜନୈତିକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ  ।  ଦିଲ୍ଲୀପଙ୍କ  ବିୟୋଗରେ  ଓଡିଆ ସାମ୍ବାଦିକତା  କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା ନେଇ ମତ ପ୍ରକାଶ ପାଇଥିଲା। ତାଙ୍କର  ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଏକାଠି ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

100 Views

   ସମ୍ବନ୍ଧିତ ଖବର