Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବରିଷ୍ଠ ସାମ୍ବାଦିକ ବିନୋଦ ଦୂଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ICUରେ ଭର୍ତ୍ତି

29/11/2021 at 8:21 PM

ନୂଆଦିଲ୍ଲୀ ୨୯/୧୧ : ବରିଷ୍ଠ ସାମ୍ବାଦିକ ବିନୋଦ ଦୂଆ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବିନୋଦ ଦୂଆଙ୍କ ଝିଅ ମଲାଇକା ଦୂଆ ଏ ନେଇ ସୂଚନା ଦେଇଛନ୍ତି । ମଲାଇକା କହିଛନ୍ତି, ‘ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର ଚିକିତ୍ସା କରୁଛନ୍ତି ।’

ଏହା ପୂର୍ବରୁ କରୋନାର ଦ୍ବିତୀୟ ଲହର ସମୟରେ ବିନୋଦ ଦୁଆ ଏବଂ ତାଙ୍କ ପତ୍ନୀ ଚିତ୍ରା ଦୂଆ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପତ୍ନୀ ଚିତ୍ରାଙ୍କର ​‌ଦେହାନ୍ତ ହୋଇଥିଲା । ବିନୋଦ ଦୂଆ ସୁସ୍ଥ ହୋଇଥିଲେ । ଏବେ ପୁଣିଥରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବରିଷ୍ଠ ସାମ୍ବାଦିକ ବିନୋଦ ଦୂଆଙ୍କ ଝିଅ ମଲାଇକା ଇନଷ୍ଟାଗ୍ରାମ ଜରିଆରେ ପୋଷ୍ଟ କରି କହିଛନ୍ତି, ‘ମୋ ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଅଛି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି । ଗତ ଏପ୍ରିଲ ମାସ ପରଠାରୁ ଲଗାତାର ଭାବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ସମସ୍ତେ କାମନା କରନ୍ତୁ ।’୬୭ ବର୍ଷୀୟ ବିନୋ ଦୂଆ ମିଡିଆ ଜଗତରେ ଜଣେ ଜଣାଶୁଣା ଚେହେରା । ଦୂରଦର୍ଶନରେ କାମ କରି ସେ ଲୋକଲୋଚନକୁ ଆସିଥିଲେ ।

   Related Posts