Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ

4/12/2021 at 5:37 PM

ନୂଆଦଲ୍ଲୀ, ୦୪/୧୨: ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରୋଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ସେ ପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

କରୋନାରେ ଆକ୍ରାନ୍ତ ହେବା ପରେ ବିନୋଦଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିଛିିଦନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ପ୍ରଚାର ହୋଇଥିଲା । ହେଲେ ତାଙ୍କ ଝିଅ ଏହାକୁ ଖଣ୍ଡନ କରିଥିଲେ। ଶେଷରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶନିବାର ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ବରିଷ୍ଠ ନିର୍ଭୟୀ ସାମ୍ବାଦିକ।

ଟିଭି ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିନୋଦ ଦୁଆ ଅନେକ ବଡ଼ ବଡ଼ ଟିଭି ଚ୍ୟାନେଲ୍‌ରେ କାର୍ଯ୍ୟ କରିଛନ୍ତି।  ତେବେ ଦୂର ଦର୍ଶନ ଓ ଏନ୍‌ଡିଟିଭି ସେ ଦୀର୍ଘ ସମୟ ଧରି କାର୍ଯ୍ୟରତ ଥିଲେ। ଏହା ବାଦ୍ ସେ ଅନ୍ୟ ଟିଭି ଚ୍ୟାନେଲ୍‌ ଓ ଅନ୍‌ଲାଇନ୍‌ ପୋର୍ଟାଲ୍‌ଗୁଡ଼ିକରେ ଟିଭି ଶୋ’ ମଧ୍ୟ କରିଛନ୍ତି।

ବିନୋଦଙ୍କ ବିୟୋଗ ଖବର ତାଙ୍କ ଝିଅ ମଲ୍ଲିକା ଦୁଆ  ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ” ମୋ ନିର୍ଭୟୀ ଦୁଃସାହସୀ ବାପା ବିନୋଦ ଦୁଆ ଚାଲିଗଲେ। ସେ ଖୁବ୍ ଏକ ସ୍ମରଣୀୟ ଜୀବନ ଜିଇଁଗଲେ। ଦିଲ୍ଲୀର ଶରଣାର୍ଥୀ କଲୋନୀରୁ ବାହାରି ସେ ୪୨ ବର୍ଷ ସାମ୍ବାଦିକ ଜୀବନ ଭିତରେ ସୁବୁବେଳେ ସତ ଓ ଦୃଢ଼ତାରେ ସେ ନିଜର ଆଭିମୁଖ୍ୟ ରଖୁଥିଲେ।” ଡିସେମ୍ବର ୫ ତାରିଖରେ ଲୋଧି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ବିନୋଦଙ୍କ ଝିଅ ମଲ୍ଲିକା ସୂଚନା ଦେଇଛନ୍ତି।

ସୂଚନା ଥାଉକି ବିନୋଦ ଦୁଆଙ୍କ ପତ୍ନୀ ପଦ୍ମବତୀ(ଚିନ୍ନା) ଦୁଆ ମଧ୍ୟ କରୋନାର ଦ୍ୱିତୀୟ ଲହରରେ ସକ୍ରମିତ ହୋଇଥିଲେ। ଏହାପରେ ଉଭୟ ବିନୋଦ ଓ ତାଙ୍କ ପତ୍ନୀଙ୍କୁ ଗୁରୁଗ୍ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ମାସ ଧରି କୋଭିଡ୍ ସହିତ ଲଢ଼ିବା ପରେ ଜୁନରେ ଚିନ୍ନା ଦୁଆଙ୍କର ପରଲୋକ ହୋଇଥିଲା। ତେବେ ବିନୋଦ କିନ୍ତୁ କୋଭିଡ୍‌ରୁ ସୁସ୍ଥ ହୋଇଯାଇଥିଲେ। କିନ୍ତୁ କୋଭିଡ ପରବର୍ତ୍ତୀ ପ୍ରଭାବ ଯୋଗୁ ସେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଉ ଆଜି ତାଙ୍କର ପରଲୋକ ହୋଇଛି।    ବିନୋଦ ଦୁଆଙ୍କର ଦୁଇ ଝିଅ ଅଛନ୍ତି। ବଡ଼ ଝିଅ ବକୁଲ ଦୁଆ କ୍ଲିନିକାଲ ସାଇକୋଲୋଜିଷ୍ଟ ଥିବା ବେଳେ ମଲ୍ଲିକା ଦୁଆ ଜଣେ କମେଡିଆନ୍।

   Related Posts