ସାମ୍ବାଦିକ ବିବେକାନନ୍ଦ ଦାଶଙ୍କ ପରଲୋକ, କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ

Published By : Prameya-News7 Bureau | October 07, 2021 IST

ଭୁବନେଶ୍ୱର ୦୭।୧୦: ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶଙ୍କ ପରଲୋକ । କରୋନା ଆକ୍ରାନ୍ତ ହୋଇ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ବିବେକାନନ୍ଦଙ୍କୁ ୭୦ ବର୍ଷ ହୋଇଥିଲା ।

ଖବର ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ ସେପ୍ଟେମ୍ବର ୩ ତାରିଖରେ ସେ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା  ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ କରୋନା ସହିତ ଲଢେଇ କରୁ କରୁ ଶେଷରେ ଆଖି ବୁଜିଛନ୍ତି ବିବେକାନନ୍ଦ । ବୁଧବାର ବିଳମ୍ବିତ ରାତି ପ୍ରାୟ  ୧୨ଟା ୩୦ ତାଙ୍କର ଦେହାନ୍ତ ହୋଇଯାଇଛି । ବିବେକାନନ୍ଦଙ୍କ ମୃତ୍ୟୁର ଖବର ପାଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ବିବେକାନନ୍ଦ ପ୍ରଥମେ ପ୍ରଜାତନ୍ତ୍ର ନାମକ ଏକ ଖବର କାଗଜରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ସମ୍ବାଦ, ଆରମ୍ଭ, ସ୍ୱଦେଶ ଓ ନିଜେ ଜନତନ୍ତ୍ର ନାମକ ଏକ ଖବର କାଗଜ ପ୍ରକାଶ କରୁଥିଲେ । ଆଦିବାସୀଙ୍କ ଅଧିକାରୀ ପାଇଁ ସବୁବେଳେ କାମ କରିଆସୁଥିଲେ  ବିବେକାନନ୍ଦ ।

ସାଲେପୁରରେ ଜନ୍ମିତ ତଥା ଭୁବନେଶ୍ବରରେ ରହୁଥିବା ସ୍ବର୍ଗତ ଦାଶଙ୍କର ପତ୍ନୀଙ୍କର ପୂର୍ବରୁ ପରଲୋକ ହୋଇସାରିଥିବା ବେଳେ ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସ୍ୱର୍ଗତଃ ଦାଶଙ୍କ ଦେହାନ୍ତ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.